Only for Entertainment

ଷ୍ଟଣ୍ଟ ଶୋ’ରେ ପତି ହର୍ଷଙ୍କ ସହିତ ନଜର ଆସିବେ କମେଡି କ୍ୱିନ ଭାରତୀ

Mumbai
0 40

ଆଶ୍ଚର୍ଯ୍ୟ ହୋଇଗଲେ କି! ଆଜ୍ଞା ହଁ, କମେଡିଆନ ଭାରତୀ ସିଂହଙ୍କୁ ଖୁୂବ ଶୀଘ୍ର ଷ୍ଟଣ୍ଟ କରୁଥିବାର ଦେଖିବାକୁ ମିଳିବ । ‘ଦ କପିଲ ଶର୍ମା ଶୋ’ ଏବଂ ‘କମେଡି ସର୍କସ’ ପରି ଲୋକପ୍ରିୟ ଶୋ’ରେ ଭାଗ ନେଇସାରିଥିବା ଭାରତୀ ପୁଣି ଛୋଟ ପରଦାକୁ ଫେରିବାକୁ ପ୍ରସ୍ତୁତ ହୋଇସାରିଲେଣି। ଦର୍ଶକ ମଧ୍ୟ ତାଙ୍କୁ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି ।

ଖବର ଅନୁସାରେ ଏଥର ତାଙ୍କ ଲେଉଟାଣି ସମ୍ପୂର୍ଣ୍ଣ ଭିନ୍ନ ହେବ। ଖୁବ ଶୀଘ୍ର ଭାରତୀଙ୍କୁ ‘ଖତରୋଁ କେ ଖିଲାତି-୯’ରେ ନଜର ଆସିବେ । ଏହି ଶୋ’ରେ ଭାରତୀ ଏକା ନୁହଁନ୍ତି ବରଂ ପତି ହର୍ଷଙ୍କ ସହିତ ଶୋ’ରେ ନଜର ଆସିବେ । ଗତ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧିହେବା ପରେ ଭାରତୀ ଏବଂ ହର୍ଷ ପ୍ରଥମ କରି କୌଣସି ଶୋ’ରେ ଏକାଠି ଦେଖାଯିବେ।

bharti and harsh

ଅବଶ୍ୟ ବାହାଘର ପରେ ଅକ୍ଷୟ କୁମାରଙ୍କ ଶୋ’ ‘ଦ ଗ୍ରେଟ୍ ଇଣ୍ଡିଆନ୍ ଲାଫଟର ଚାଲେଞ୍ଜ’ରେ ଅକ୍ଷୟଙ୍କ ସହ ଭାରତୀଙ୍କୁ ବିଚାରକ ଭାବେ ଦେଖିବାକୁ ମିଳିଥିଲା। ଏହାପରେ ସେ ହର୍ଷଙ୍କ ସହ ବୁଲିବା ପାଇଁ ୟୁରୋପ ଚାଲିଯାଇଥିଲେ। ଏବେ ଦୁହେଁ ‘ଖତରୋଁ କେ ଖିଲାଡି-୯’ରେ ଏକାଠି ଆସୁଥିବା ଜଣାଯାଇଛି। ରୋହିତ ସେଟ୍ଟିଙ୍କର ଏହି ଶୋ’ ଜୁଲାଇ ମାସରେ ପ୍ରସାରଣ ଆରମ୍ଭ ହେବ ବୋଲି ଧାର୍ୟ୍ୟ କରାଯାଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More