Only for Entertainment

ଭୋଜପୁରୀ ଷ୍ଟାର ପବନ ସିଂ ନିଶାରେ ପିଟିଲେ କୋ-ଷ୍ଟାରଙ୍କୁ !

FIRSTPOST
0 77

ଭୋଜପୁରୀ ସଂଗୀତ ‘ଲଲି ପପ୍ ଲାଗେଲୁ’ ସିଙ୍ଗର ଏବଂ ଅଭିନେତା ପବନ ସିଂ ଏବେ ବିବାଦ ଘେରରେ । ଖବର ମୁତାବକ ସେ ନିଶାଗ୍ରସ୍ତ ଅବସ୍ଥାରେ ନିଜ କୋ-ଷ୍ଟାର ଅକ୍ଷରା ସିଂଙ୍କୁ ଆକ୍ରମଣ କରିଛନ୍ତି ।

mqdefault

ସାମ୍ବାଦିକ ଶଶୀକାନ୍ତ ସିଂ ନିଜ ଫେସବୁକ ଆକାଉଂଟରେ ଅଭିନେତା ତଥା ସିଙ୍ଗର ପବନ ସିଂ ଏବଂ ଅଭିନେତ୍ରୀ ଅକ୍ଷରା ସିଂଙ୍କ ଘଟିଥିବା ଘଟଣାକୁ ସେୟାର କରିଛନ୍ତି । ଫେସବୁକସେ ସେ ଏକ ଲମ୍ବା ଟିପ୍ପଣୀ ଦେଇ କହିଛନ୍ତି ଯେ ଗୁରୁବାର ଦିନ ପବନ ଅକ୍ଷରାଙ୍କୁ ନିଶାଗ୍ରସ୍ତ ହୋଇ ପିଟିଛନ୍ତି ଏବଂ ତାଙ୍କ ମୁଣ୍ଡ ମଧ୍ୟ କାନ୍ଥରେ ପିଟି ଦେଇଛନ୍ତି । ଅକ୍ଷରାଙ୍କ ହାତରେ ଆଘାତ ଲାଗିଛି ।

pawan1_mos_040218120948
ଶଶିକାନ୍ତ ଏହା ମଧ୍ୟ ଲେଖିଛନ୍ତି ଯେ ଦୁହେଁ ସିଲଭାସାରେ ସୁଟିଂ କରୁଥିଲେ । ମାତ୍ର ସ୍ଥିତି ବିଗିଡିଯିବାରୁ ଅକ୍ଷରା ପବନଙ୍କୁ ରୁମ ବାହାରକୁ ଯିବା ପାଇଁ ମନା କରିଥିଲେ । ଏହି କାରଣରୁ ପବନ ରାଗି ଯାଇ ଅକ୍ଷରାଙ୍କୁ ଗାଳି ଦେଇଥିଲେ ଏବଂ ତାଙ୍କୁ ଖରାପ ବ୍ୟବହାର ମଧ୍ୟ କରିଥିଲେ । ସୁଟିଂ ସରିବା ପରେ ଅକ୍ଷରାଙ୍କୁ ମୁମ୍ବାଇ ଫେରିବାକୁ ଥିଲା, ମାତ୍ର ତାଙ୍କୁ ଏୟାରପୋର୍ଟରେ ଛାଡିବା ପାଇଁ କେହି ନଥିବାରୁ ସେ ଆସି ପାରିନଥିଲେ ।

c86758d6aaa375e91233274247743929

ମିଳିତ ତଥ୍ୟ ଅନୁଯାୟୀ ଅକ୍ଷରାଙ୍କର ପବନଙ୍କ ସହ ସମ୍ପର୍କ ଥିଲା । ମାତ୍ର ଜ୍ୟୋତିଙ୍କ ସହ ବିବାହ ପରେ ପବନ ଅନେକ ଫିଲ୍ମରୁ ଅକ୍ଷରାଙ୍କୁ ବାହାର କରିଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More