Only for Entertainment

ସୁଟିଂ ବନ୍ଦ ହେବା ପୂର୍ବରୁ ହଠାତ ନିଜକୁ ରୁମରେ ବନ୍ଦ କରିଦେଲେ ଭୂମି ପେଡନେକର ।

30

ବଲିଉଡ ଅଭିନେତ୍ରୀ ଭୂମି ପେଡନେକର ତାଙ୍କ ଫିଲ୍ମ ‘ପତି ପତ୍ନୀ ଔର ୱୋ’ର ସୁଟିଂ ପାଇଁ ଦୁଇ ଦିନ ପୂର୍ବରୁ ଲକ୍ଷ୍ନୌରେ ପହଂଚି ସାରିଛନ୍ତି । ପ୍ରଡକ୍ସନ ଟିମର କହିବା ଅନୁସାରେ ଭୂମି ସୁଟିଂ ଆରମ୍ଭ ହେବା ପୂର୍ବରୁ କିଛି ଘଂଟା ପୂର୍ବରୁ ନିଜକୁ ରୁମ ମଧ୍ୟରେ ବନ୍ଦ କରିଦେଲେ ।

ଏକ ରିପୋର୍ଟ ଅନୁସାରେ କେତେକ ଲୋକ ଏହି କଥାକୁ ଜାଣିନାହାଁନ୍ତିଯେ ଭୂମି ଫିଲ୍ମର ଫାଇନାଲ ସୁଟିଂ ପୂର୍ବରୁ ଟ୍ରାଭେଲ କରନ୍ତି । ଏହା ତାଙ୍କ ପ୍ରସ୍ତୁତ କରିବାର ଉପାୟ । ଏହା ଦ୍ୱାରା ସେ ସୁଟିଂ ସେଟ ପରିସ୍ଥିତି ସହିତ ନିଜକୁ ଫିଟ କରନ୍ତି । ଏହିଭଳି କିଛି ଘଟଣା ଦେଖିବାକୁ ମିଳିଛି ତାଙ୍କ ଆଗାମୀ ଫିଲ୍ମକୁ ନେଇ । ତାଙ୍କର ଆଗାମୀ ଫିଲ୍ମ ପତି,ପତ୍ନୀ ଔର ୱୋ ସୁଟିଂ ଆରମ୍ଭର ୨ ଘଂଟା ପୂର୍ବରୁ ଲକ୍ଷ୍ନୌରେ ପହଂଚିଗଲେ । ସେ ସହରର ପରିସ୍ଥିତିକୁ ଭଲ ଭାବରେ ଦେଖାରେଖା କଲେ । ତେବେ ଭୂମି ଏହି କାରଣରୁ ସକାଳ ୬ଟାରେ ମଧ୍ୟ ନିଜକୁ ପ୍ରାୟ ୨ ଘଂଟା ପାଇଁ ବନ୍ଦ କରିଦେଲେ ।

ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ମୁଦସର ଅଜୀଜ । କହିରଖୁଛୁ ଫିଲ୍ମରେ ଭୂମିଙ୍କ ବ୍ୟତୀତ କାର୍ତ୍ତିକ ଆର‌୍ୟନ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଏହା ବ୍ୟତୀତ ଫିଲ୍ମରେ ଅନନ୍ୟା ପାଣ୍ଡେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More