Only for Entertainment

ଏତେ କୋଟିର ଅଫରକୁ ନାଁ କହିଲେ ଜାୟରା ବସିମ !

48

ଦଙ୍ଗଲ ଗର୍ଲ ଜାଇରା ଓ୍ଵସିମ୍‌ ଏବେ ନିଜ ନିଷ୍ପତ୍ତିକୁ ନେଇ ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ତଳେ ସେ ଫେସ୍‌ବୁକ୍‌ରେ ନିଜ ମନର କଥା ଲେଖି ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଇସ୍‌ଲାମ ଧର୍ମଠାରୁ ଦୂରକୁ ଚାଲି ଯାଉଥିବାରୁ ବଲିଉଡ୍‌ ଛାଡ଼ୁଥିବା ନେଇ ଘୋଷଣା କରିଥିଲେ । ଜାଇରାଙ୍କ ହଠାତ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚମକାଇ ଦେଇଥିଲା । ଏ ନେଇ ସୋସିଆଲ ମିଡିଆରେ ମଧ୍ୟ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।

ତେବେ ବଲିଉଡ୍‌ ଛାଡ଼ିବା ଖବର ପରେ ଜାଇରା ବିଗ୍‌ ବସ୍‌ର ଆଗାମୀ ସିଜିନ୍‌ରେ ନଜର ଆସିବେ ବୋଲି ଚର୍ଚ୍ଚ ଆରମ୍ଭ ହୋଇଥିଲା । କିନ୍ତୁ ଏବେ ଜାଇରା ମିଳିଥିବା ଅଫରକୁ ବି ନାଁ କହି ଦେଇଥିବା ଜଣା ପଡ଼ିଛି । ବିଗ୍‌ ବସ୍‌-୧୩ ପାଇଁ ତାଙ୍କୁ ୧.୨କୋଟି ଟଙ୍କା ଅଫର କରାଯାଇଥିଲେ ମଧ୍ୟ ଜାଇରା ବିଗ୍‌ ବସ୍‌କୁ ଆସିବେ ନାହିଁ ବୋଲି ମନା କରି ଦେଇଛନ୍ତି । ବିଗ୍‌ ବସ୍‌ ସବୁବେଳେ ବିବାଦରେ ରହିଥିବା କଳାକାରମାନଙ୍କୁ ନିଜ ସୋ’ରେ ସୁଯୋଗ ଦେଇଥାଏ । ଏଇ କିଛି ଦିନ ମଧ୍ୟରେ ଜାଇରାଙ୍କ ନିଷ୍ପତ୍ତି ସମସ୍ତଙ୍କୁ ଦୋହଲାଇ ଦେଇଥିବା ବେଳେ ତାଙ୍କୁ ତୁରନ୍ତ ବିଗ୍‌ ବସ୍‌-୧୩ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଯାହାକୁ ଜାଇରା ମନା କରି ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More