Only for Entertainment

ଅକ୍ଷୟ କୁମାରଙ୍କ ଫିଲ୍ମ ‘ଦୁର୍ଗାବତୀ’ରେ ନଜର ଆସିବେ ଭୂମି ପେଡନେକର, ଫଟୋ ସେୟାର କରି କଲେ ଘୋଷଣା

latestly
62

ଅଭିନେତ୍ରୀ ଭୂମି ପେଡନେକର ଖୁବ ଶୀଘ୍ର ଭୟଙ୍କର ଥ୍ରିଲର ଫିଲ୍ମ ‘ଦୁର୍ଗାବତୀ’ରେ ନଜର ଆସିବେ । ଏହି ଫିଲ୍ମ ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କ ଦ୍ୱାରା ନିର୍ମାଣ କରାଯାଉଛି । ଏହାର ସୂଚନା ଭୂମି ପେଡନେକରଙ୍କ ସହିତ ଅକ୍ଷୟ କୁମାର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଦେଇଛନ୍ତି ।

ଫିଲ୍ମର ଘୋଷଣା କରି ଭୂମି ଲେଖିଛନ୍ତି, ଆପଣଙ୍କ ସହିତ ଏହାକୁ ସେୟାର କରିବା ପାଇଁ ଖୁବ ଅପେକ୍ଷା ଥିଲା । ମୋ ଆଗାମୀ ଫିଲ୍ମ ଦୁର୍ଗାବତୀ । ଏହା ଏକ ଭୟଙ୍କର ଥ୍ରିଲର ଫିଲ୍ମ । ଏହାର ସୁଟିଂ ଜାନୁଆରୀରୁ ମଧ୍ୟ ଭାଗରୁ ଆରମ୍ଭ ହେବ ।
ଏହା ସହିତ ଭୂମି ଲେଖିଥିଲେ, ମୋ ଉପରେ ଭରସା କରିଥିବାକୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଅକ୍ଷୟ କୁମାର ସାର । ଆପଣଙ୍କ ସମସ୍ତଙ୍କ ଆଶୀର୍ବାଦ ଆବଶ୍ୟକ ।

 

ଫିଲ୍ମର ନିର୍ଦ୍ଦେଶନା ଅଶୋକ କରିବେ। ଫିଲ୍ମର ଘୋଷଣା ନିଆରା ଭାବେ ଫଟୋ ସେୟାର କରି କରାଯାଇଛି । ଫଟୋରେ ଭୂମି ହିରୋ ଭାବେ ନଜର ଆସିଥିବା ବେଳେ ଅକ୍ଷୟ କୁମାର ଏବଂ ଭୂଷଣ କୁମାର ନିର୍ମାତା ଭାବେ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More