ବଢୁଛି ତାପସୀଙ୍କ ଚାହିଦା, ଖୁବଶୀଘ୍ର ସାଥ୍ ଦେବେ ସଂଜୟ ଲୀଲା ଭଂସାଲୀ
ଗୋଟିଏ ନୁହେଁ ବରଂ ଏକାଧିକ ବଲିଉଡ ଫିଲ୍ମରେ ଅଭିନୟର ଜଲୱା ଦେଖାଇ ସାରିଲେଣି ତାପସୀ ପନ୍ନୁ । ନିଜକୁ ଯେ ସେ ବଲିଉଡରେ ଫିଟ କରି ସାରିଲେଣି ଏଥିରେ ସନ୍ଦେହ ନାହିଁ । ଏବେ ବଲିଉଡର ଅନେକ ନିର୍ମାତା ତାଙ୍କ ସହ କାମ କରିବାକୁ ଚାହୁଁଥିବା ବେଳେ ତାଙ୍କୁ ଜଣେ ବଡ଼ ନିର୍ଦ୍ଦେଶକ-ପ୍ରଯୋଜକ ସହ କାମ କରିବାର ସୁଯୋଗ ମିଳିଥିବା ଜଣାପଡ଼ିଛି।
ସୂଚନା ମୁତାବକ, ତାପସୀ ଏବେ ଲୋକପ୍ରିୟ ନିର୍ଦ୍ଦେଶକ-ପ୍ରଯୋଜକ ସଞ୍ଜୟ ଲୀଲା ଭଂସାଲୀଙ୍କ ସହ କାମ କରିବେ। ଏହି ଫିଲ୍ମରେ ତାଙ୍କ ଚରିତ୍ରର ଗୁରୁତ୍ବ ଅଧିକ ରହିଥିବା ନେଇ ଚର୍ଚ୍ଚା ହେଉଛି। ଫିଲ୍ମର ନାଁ ସିୟା ଜିୟା ରଖାଯାଇଥିବା ବେଳେ ଏଥିରେ ତାପସୀ ଡବଲ ରୋଲରେ ନଜର ଆସିବେ। ତେବେ ଏହି ଫିଲ୍ମରେ ସଞ୍ଜୟ ଲୀଲା ଭଂସାଲୀ ପ୍ରଯୋଜନାର ଦାୟିତ୍ବ ତୁଲାଇବା ସହ ତାଙ୍କ ସହ ଶବାନା ଖାନ୍ ମଧ୍ୟ ପ୍ରଯୋଜନା ଦାୟିତ୍ବରେ ରହିବେ ବୋଲି ସୂଚନା ମିଳିଛି। ଫିଲ୍ମର ସୁଟିଂ ଆସନ୍ତା ବର୍ଷ ଆରମ୍ଭ ହେବ।