କିନ୍ନର ଭୂମିକାରେ ନଜର ଆସିବେ ଅମିତାଭ ବଚ୍ଚନ?
ବିଗବି ଅମିତାଭ ବଚ୍ଚନଙ୍କୁ ଆପଣ ଭିନ୍ନ ଭିନ୍ନ ଚରିତ୍ରରେ ଦେଖି ଆସିଛନ୍ତି । ତାଙ୍କର ପ୍ରତ୍ୟେକଟି ଚରିତ୍ରରେ ଅଭିନୟ ଦେଖି ଦର୍ଶକ ଦିୱାନା ହୋଇ ଯାଆନ୍ତି । କିନ୍ତୁ ଏହିଥର ଏଭଳି ଏକ ଖବର ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଆଜ୍ଞା ହଁ ଖବର ଅନୁସାରେ ବିଗବିଙ୍କୁ ଏକ କିନ୍ନର ଭୂମିକାରେ ଦେଖିବାର ସୁଯୋଗ ପାଇବେ ।ସୁପରହିଟ୍ ତାମିଲ ଫିଲ୍ମ କଞ୍ଚନାର ହିନ୍ଦୀ ରିମେକ ସହ ଫିଲ୍ମ ମେକର ରାଘବ ଲରିନ୍ସ ବଲିଉଡରେ ପାଦ ଦେଇଛନ୍ତି। ଏହି ଫିଲ୍ମରେ ଅକ୍ଷୟ କୁମାର ଓ କିଆରା ଆଡଭାନି ପ୍ରମୁଖ ଭୂମିକାରେ ନଜର ଆସିବେ।ଖାସ କଥା ହେଲା ଏଥିରେ କିନ୍ନର ଭୂମିକାରେ ନଜର ଆସିବେ ବିଗ୍ ବି ଅମିତାଭ ବଚ୍ଚନ। ଏହା ତାଙ୍କର ପ୍ରଥମ ଅଭିନୀତ ଫିଲ୍ମ ଯେଉଁଥିରେ ସେ କିନ୍ନର ଭୂମିକାରେ ଅଭିନୟ କରିବେ।
କଞ୍ଚନାର ଏହି ହିନ୍ଦୀ ରିମେକର ନାମ ରହିବ ‘ଲକ୍ଷ୍ମୀ ବମ୍’। ଏହା ଏକ ଆତ୍ମା ଉପରେ ଆଧାରିତ ଫିଲ୍ମ ଯିଏକି ଏକ ଶରୀରକୁ ନିଜ ବଶକୁ ଆସି ଦୁଷ୍ଟ ଲୋକମାନଙ୍କୁ ସଂହାର କରିଥାଏ। ଅକ୍ଷୟ କୁମାର ଓ କିଆରା ଏହାର ସୁଟିଂ ଆରମ୍ଭ କରିଥିବାବେଳେ ବିଗ୍ ବି ଏପର୍ଯ୍ୟନ୍ତ ସୁଟିଂ ଆରମ୍ଭ କରିନାହାନ୍ତି । ଚଳିତବର୍ଷ ଶେଷ ଆଡକୁ ଏହା ରିଲିଜ୍ ହେବାର ଅଛି।ଖିଲାଡି କୁମାର ଅକ୍ଷୟଙ୍କ ସହ ଦୀର୍ଘ ୧୨ ବର୍ଷ ପରେ ଏକାଠୀ ନଜର ଆସିବେ ବିଗ ବି।