Only for Entertainment

ଅନୁପ ଜଲୋଟା କଲେ ଖୁଲାସା, ପୁଣିଥରେ ଏଂଟ୍ରି କରିପାରନ୍ତି ବିଗବସ ଶୋ’ରେ !

20

ବିଗବସ ୧୨ରେ ଅନୁପ ଜଲୋଟାରେ ଜସଲିନ ମଥାରୁଙ୍କ ସହ ଏଂଟ୍ରିକୁ ନେଇ ଚର୍ଚ୍ଚା ସାଉଂଟି ଥିଲେ । ଦୁହେଁ ଶୋ’ର ଆରମ୍ଭରୁ କପଲ ବୋଲି କହିଥିଲେ ମାତ୍ର ଶେଷରେ ଦୁହେଁ ସମ୍ପର୍କକୁ ନେଇ କେହି ବୁଝି ପାରିନଥିଲେ । ଏବେ ଭଜନ ସମ୍ରାଟ ବିଗବସ୧୩କୁ ନେଇ ବଡ ଖୁଲାସା କରିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ବିଗବସ ଆଗାମୀ ସିଜନରେ ଭାଗ ନେଇ ପାରନ୍ତି । ଏହାସହ ସେ ଏହା ମଧ୍ୟ କହିଛନ୍ତି ସଲମାନ ଖାନଙ୍କ ସହ ସେ ହୋଷ୍ଟ କରିପାରନ୍ତି ।

ଅନୁପ ଜଲୋଟାଙ୍କୁ ଯେତେବେଳେ ପଚରାଯାଇଥିଲା ସେ କାହା ସହ ଏଂଟ୍ରି କରିବାକୁ ପସନ୍ଦ କରିବେ । ଏଥିରେ ଉତ୍ତର ଦେଇଥିଲେ ଯେ ସେ କ୍ୟାଟରୀନାଙ୍କ ସହ ଏଂଟ୍ରି କରିବାକୁ ପସନ୍ଦ କରିବେ । ନିକଟରେ ଅନୂପ ଜଲୋଟା ନିଜ ନୂଆ ମ୍ୟୁଜିକ ଭିଡିଓ ‘କେସରିୟା ବାଲମ’ ଲଂଚ କରିଛନ୍ତି । ଏହି ଭିଡିଓରେ ଦୀପକ ଠାକୁର ଏବଂ ସୋମି ଖାନ ନଜର ଆସିଛନ୍ତି । ଦୀପକ ଏବଂ ସୋମି ଦୁହେଁ ବିଗବସ ୧୨ର ପ୍ରତିଯୋଗୀ ଥିଲେ । ଶୋ’ରେ ଦୀପକ ସୋମିଙ୍କୁ ପ୍ରପୋଜ ମଧ୍ୟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More