Only for Entertainment

ବିଗବସ ଘରୁ ଅରହାନଙ୍କୁ ବାହାର କରାଯିବା ପରେ ସୋସିଆଲ ମିଡିଆରେ ଚହଳ, ଟ୍ରେଣ୍ଡ ହେଉଛି #WhyArhaanKhan !

34

ଛୋଟପରଦାର ବିବାଦୀୟ ଶୋ’ ‘ବିଗବସ-୧୩’ଆରମ୍ଭ ହେବା ଦିନ ଠାରୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଛି ଭ୍ୟୁୟର୍ସଙ୍କୁ । ସେହିଭଳି ଗତ ସପ୍ତାହରେ ଆଉ ଏକ ଝଟକା ମିଳିଛି । ‘ବିଗବସ୍’ଘରୁ ଅରହାନ ବାହାରି ଯାଇଛନ୍ତି । ଯାହା ଦର୍ଶକଙ୍କୁ ହଜମ ହୋଇନାହିଁ । ଏହି କାରଣରୁ ସୋସିଆଲ ମିଡିଆରେ ଏବେ ଟ୍ରେଣ୍ଡ ହେବାରେ ଲାଗିଛି #WhyArhaanKhan !।

ଅରହାନ୍‌ ଶୋ’ରେ କେବଳ ଦୁଇ ସପ୍ତାହ ପାଇଁ ରହିଥିଲେ। ହେଲେ ଏତେ କମ୍‌ ସମୟରେ ମଧ୍ୟ ସେ ଦର୍ଶକଙ୍କ ମନରେ ଏକ ଖାସ୍‌ ଜାଗା ବନେଇ ପାରିଥିଲେ। ଶୋ’ରୁ ଅରହାନ୍‌ଙ୍କ ଏଭିକ୍ସନ୍‌ରେ ସବୁଠୁ ଅଧିକ ଦୁଃଖୀ ହୋଇଛନ୍ତି ରଶ୍ମି ଦେଶାଇ। ରଶ୍ମି ଓ ଅରହାନ୍‌ଙ୍କ ସ୍ପେଶାଲ୍‌ ବଣ୍ଡିଂ କାହାକୁ ବା ଅଜଣା। ଅରହାନ୍‌ ‘ବିଗ୍‌ ବସ୍‌’ରେ ଏଣ୍ଟ୍ରି କରିବା ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ସେ ରଶ୍ମିଙ୍କୁ ଡେଟ୍‌ କରୁଛନ୍ତି ଓ ଶୋ’କୁ ସେ ତାଙ୍କୁ ବାହା ହେବାକୁ ଆସୁଛନ୍ତି। ହେଲେ ଶୋ’କୁ ଆସିବା ପରେ ଉଭୟଙ୍କ ମଧ୍ୟରେ ସେପରି କିଛି ରୋମାଣ୍ଟିକ୍‌ କେମେଷ୍ଟ୍ରି ଦେଖିବାକୁ ମିଳିଲା ନାହିଁ। ଦୁହେଁ କେବଳ ପରସ୍ପରର ଭଲ ବନ୍ଧୁ ଭଳି ରହିଥିଲେ। ଘରୁ ବାହାରିବା ପୂର୍ବରୁ ଅରହାନ୍‌ଙ୍କୁ ଧରି ରଶ୍ମି ବହୁତ କାନ୍ଦିଥିଲେ। ଅରହାନ୍‌ ମଧ୍ୟ ତାଙ୍କୁ ଷ୍ଟ୍ରଙ୍ଗ ରହିବାକୁ ଓ ଭଲ ଭାବେ ଗେମ୍‌ ଖେଳିବାକୁ ଉପଦେଶ ଦେଇଥିଲେ।

ସେହିଭଳି ଶୋ’ରୁ ଅରହାନ ବାହାରିବା ପରେ ସିଦ୍ଧାର୍ଥ ଏବଂ ପାରସ ତାଙ୍କ ବିରୋଧରେ ଅନେକ କଥା ହୋଇଥିଲେ ଯେ ଅରହାନ ଗେମରେ ନିଜ ବାସ୍ତବିକତା ଦେଖାଇବାରେ ବିଫଳ ହେବାରୁ ତାଙ୍କୁ ଘରୁ ବାହାରିବାକୁ ପଡିଲା ।

ଅରହାନ ଦୁଇ ସପ୍ତାହ ମଧ୍ୟରେ ଫ୍ୟାନ୍ସମାନଙ୍କ ମନରେ ଜାଗା କିଣି ନେଇଥିଲେ । ଯେଉଁ କାରଣରୁ ଅରହାନଙ୍କୁ ଘରୁ ବାହାରିବା ଫ୍ୟାନ୍ସମାନେ ହଜମ ନ କରି ଏବେ ସୋସିଆଲ ହ୍ୟାଶଟ୍ୟାଗ ଟ୍ରେଣ୍ଡ କରୁଛନ୍ତି । ନିଜର ମତାମତରେ ଲେଖୁଛନ୍ତି ଯେ ଅରହାନଙ୍କୁ ଛାଡି ଶୋ’ରେ ଅନେକ ଦୁର୍ବଳ ପ୍ରତିଯୋଗୀ ଅଛନ୍ତି । ସେମାନେ ବାହାରିବା ଉଚିତ । ଅରହାନଙ୍କ ସପକ୍ଷରେ ଆସି ଫ୍ୟାନମାନେ କାଲି ଠାରୁ ସୋସିଆଲ ମିଡିଆରେ #WhyArhaanKhan ! ଲେଖି ପୋଷ୍ଟ କରୁଛନ୍ତି । ଯାହା ଏବେ ଟ୍ରେଣ୍ଡ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More