Only for Entertainment

ସିଦ୍ଧାର୍ଥ ଶୁକ୍ଲାଙ୍କ ଉପରେ ଫିଦା ହେଲେ ମାହିରା ଶର୍ମା! କହିଲେ ଆପଣ ଏବେ ଭଲ…

latestly
43

ବିଗ ବସ ୧୩ରେ ଏବେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଶତୃ ଜମିରେ ଏବେ ପ୍ରେମର ଫୁଲ ଫୁଟିବାରେ ଲାଗିଛି । କାରଣ ଘୃଣା କରୁଥିବା ନଜର ଏବେ ପ୍ରେମର କଥା କହୁଥିବା ଦେଖିବାକୁ ମିଳିଛି । ଆଜ୍ଞା ହଁ, ବିଗ ବସ ଘରେ ଏବେ ଏପରି କିଛି ଘଟୁଛି । ସିଦ୍ଧାର୍ଥ ଶୁକ୍ଲା ଏବଂ ଦେବୋଲିନାଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ନୂଆ କାହାଣୀ ଏବେ ସମସ୍ତଙ୍କୁ ଦିୱାନା କରି ଦେଇଛି । ଏହି ନୂଆ କେମେଷ୍ଟ୍ରୀକୁ ନେଇ ଯେ ପ୍ରଥମେ ଘାଇଲା ହୋଇଛି ସେ ହେଉଛନ୍ତି ମାହିରା ଶର୍ମା । ବିଗ ବସର ନୂଆ ପ୍ରୋମୋରେ ଏହି ଭଳି କିଛି ଦେଖିବାକୁ ମିଳିଛି ।

ଶୋ’ ଆରମ୍ଭରୁ ଏପର୍ଯ୍ୟନ୍ତ ମାହିରା ଶର୍ମା ଏବଂ ସିଦ୍ଧାର୍ଥ ଶୁକ୍ଲା ପରସ୍ପରକୁ ପସନ୍ଦ କରୁନଥିବା ବେଳେ ଏବେ ମାହିରା ସିଦ୍ଧାର୍ଥଙ୍କ ପ୍ରଶଂସା କରୁଥିବା ନୂଆ ପ୍ରୋମୋ ଭିଡିଓରେ ଦେଖିବାକୁ ମିଳିଛି । ଅସଲରେ ବିଗ ବସରେ ସମସ୍ତ ପ୍ରତିଯୋଗୀଙ୍କୁ ଗୋଟିଏ ଗୋଟିଏ ଟ୍ୟାଗ ଦେବାକୁ କହାଯାଇଛି । ଏହା ପରେ ମାହିରା ଦେବୋଲିନାଙ୍କୁ ଏଣ୍ଟରଟେନମେଣ୍ଟ ଟ୍ୟାଗ ଦେଇ କହିଥିଲେ ସିଦ୍ଧାର୍ଥ ଶୁକ୍ଲାଙ୍କ ସହିତ ତାଙ୍କର କେମେଷ୍ଟ୍ରୀକୁ ପସନ୍ଦ କରୁଛନ୍ତି ବୋଲି କହିଛନ୍ତି ।

 

ଏହା ପରେ ମାହିରା ଯାହା କହିଛନ୍ତି ତାହା ସଭିଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ମାହିରା କହିଛନ୍ତି ମୁଁ ସିଦ୍ଧାର୍ଥଙ୍କୁ ଖରାପ ବୋଲି ଭାବୁଥିଲି କିନ୍ତୁ ସେ ଏବେ ଭଲ ଲାଗୁଛନ୍ତି । ଏହାକୁ ଦେଖି ସିଦ୍ଧାର୍ଥ ଖୁବ ଆଶ୍ଚର୍ଯ୍ୟ ହୋଇଯାଉଥିବା ଦେଖିବାକୁ ମିଳିଛି ଏବଂ ଏହା ପରେ ସିଦ୍ଧାର୍ଥ ଉଠି ମାହିରାଙ୍କ ପାଖରେ ବସିପଡନ୍ତି । ତେବେ ଦର୍ଶକଙ୍କୁ ଏହା ଖୁବ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More