Only for Entertainment

ଅପକମିଂ ଫିଲ୍ମ ପୃଥ୍ୱୀରାଜର ସୁଟିଂ ଆରମ୍ଭ, ସୁଟିଂ ପୂର୍ବରୁ କଳାକାରଙ୍କ ପୂଜାର୍ଚ୍ଚନା, ଡେବ୍ୟୁ କରିବାକୁ ଯାଉଛନ୍ତି ମାନୁଷୀ !

37

ଆରମ୍ଭ ହେଲା ଅପକମିଂ ଫିଲ୍ମ ଫୃଥ୍ୱୀରାଜର ସୁଟିଂ । ସୁଟିଂ ପୂର୍ବରୁ ଟିମ ସଦସ୍ୟଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଛି । ଅକ୍ଷୟ ନିଜ ଟୁଇଟର ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ଫିଲ୍ମର କଳାକାରଙ୍କ ସହ କ୍ରିୟୁ ସଦସ୍ୟ ଏକାଠି ମିଶି ପୂଜା କରୁଥିବା ଦେଖିବାକୁ ମିଳିଛି । ଭିଡିଓରେ ଅକ୍ଷୟ, ମାନୁଷୀ ଚିଲ୍ଲାର ଓ ରାଣୀ ମୂଖାର୍ଜୀଙ୍କୁ ଏକାଠି ଦେଖିବାକୁ ମିଳିଛି । ଭିଡିଓ ପୋଷ୍ଟ କରିବା ସହ ଫିଲ୍ମର ସଫଳତା ପାଇଁ ଶୁଭକାମନା ମାଗିଛନ୍ତି  ଅକ୍ଷୟ । ପୃଥ୍ୱୀରାଜ ଜରିଆରେ ବଲିଉଡରେ ଡେବ୍ୟୁ କରୁଛନ୍ତି ମିସ ୱାଲ୍ଡ ୨୦୧୭ ମାନୁଷୀ ଚିଲ୍ଲାର । ଅକ୍ଷୟଙ୍କ ବିପକ୍ଷରେ ସେ ନାୟିକା ହେବେ ।ଏଥିସହ ରାଣୀ ମୂଖାର୍ଜୀଙ୍କ ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ ରହିବ । ଆସନ୍ତାବର୍ଷ ଦିୱାଲୀରେ ଆସିବ ପୃଥ୍ୱୀରାଜ ।

ଅକ୍ଷୟଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ସେ ନିକଟରେ ହାଉସଫୁଲ୪’ରେ ନଜର ଆସିଥିଲେ । ଯାହା ବକ୍ସଅଫିସରେ ଧମାଲ ମଚାଇଥିଲା । ସେହିପରି ଶାନଦାର କାହାଣୀ,ବେମିସାଲ ଆକ୍ସନ ସହ ପ୍ରସ୍ତୁତ ହେଉଛି ସୂର୍ଯ୍ୟବଂଶୀ । ଆସନ୍ତାବର୍ଷ ମାର୍ଚ୍ଚ ୨୭ରେ ରିଲିଜ ହେବ ଏହି ଆକ୍ସନ ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More