Only for Entertainment

ଏହି ବିଗବସ ପ୍ରତିଯୋଗୀ ଗର୍ଲଫ୍ରେଣ୍ଡଙ୍କ ସହ କଲେ ମାରପିଟ, ମାମଲା ରୁଜୁ କଲା ପୁଲିସ !

Amarujala
0 52

ବିଗବସ ସିଜନ ୭ରେ ପ୍ରତିଯୋଗୀ ଥିବା ଅଭିନେତା ଅରମାନ କୋହଲି ଆପଣ ସମସ୍ତଙ୍କୁ ମନେ ଥିବ ନିଶ୍ଚୟ । ଯାହାକୁ ଷ୍ଟାର ସଲମାନ ସବୁବେଳେ ସପୋର୍ଟ କରୁଥିଲେ । ସୋ’ରେ ଅରମାନ ଏବଂ ଅଭିନେତ୍ରୀ କାଜଲଙ୍କ ଭଉଣୀ ତନିଶାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏବେ ତାଙ୍କ ଗର୍ଲଫ୍ରେଣ୍ଡ ନୀରୁ ରନ୍ଧାୱା ତାଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି ଏବଂ ତାଙ୍କ ନାଁରେ କେସ କରିଛନ୍ତି ।

ଏକ ବିଶେଷ ସୂତ୍ରରୁ ପ୍ରକାଶ ଯେ ଅରମାନ ରାଗରେ ଆସି ତାଙ୍କ ଗର୍ଲଫ୍ରେଣ୍ଡ ନୀରୁ ରନ୍ଧାୱାଙ୍କୁ ଏଭଳି ପିଟିଛନ୍ତି ଯେ ସେ ଏବେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି । ଏହାପରେ ନୀରୁ ଅରମାନଙ୍କ ନାଁ’ରେ ସାନ୍ତାକ୍ରୁଜ ପୁଲିସ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି । ଅରମାନଙ୍କ ଉପରେ ଆଇପିସି ଧାରା ୩୨୬ ଲାଗୁ କରାଯାଇଛି । ଯଦି ଅରମାନଙ୍କ ଉପରେ ଲଗାଯାଇଥିବା ଆରୋପ ପ୍ରମାଣିତ ହୋଇଯାଏ ତେବେ ତାଙ୍କୁ ୭ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ ।

ନୀରୁ ଏକ ମିଡିଆକୁ ଦେଇଥିବା ଖବର ମୁତାବିକ ଏହି ଝଗଡା ଟଙ୍କା ପାଇଁ ହୋଇଥିଲା । ପ୍ରଥମେ ଅରମାନ ତାଙ୍କୁ ଗାଳି କରିଥିଲେ, ଏହାପରେ ସେ ତାଙ୍କ ବାଳକୁ ଧରି ଭୂଇଁରେ ମୁଣ୍ଡ ପିଟି ଦେଇଥିଲେ । ଏହାପରେ ନୀରୁ ଅରମାନଙ୍କୁ ହସ୍ପିଟାଲ ନେଇଯିବା ପାଇଁ ଅନୁରୋଧ କରିଥିଲେ । ହସ୍ପିଟାଲକୁ ନେଇ ଆସିବା ପାଇଁ ଅରମାନ ତାଙ୍କୁ କହିଥିଲେ ଯେ ପୁଲିସ କିଛି ନ କହିବା ପାଇଁ ।

ଆଗରୁ ଏହିଭଳି ଝଗଡା ହୋଇଥିଲା, ଏଥିରେ ସେ ତାଙ୍କ ନାକ ଫଟାଇ ଦେଇଥିଲେ । ତେଣୁ ନୀରୁ ଦୁବାଇ ଚାଲିଯାଇ ସେଠାରେ ଚାକିରୀ କରି ଖୁସିରେ ଥିଲେ । ୩ମାସ ବିତିଲା ପରେ ଅରମାନ ତାଙ୍କୁ କ୍ଷମା ମାଗି ଫେରି ଆସିବାକୁ କହିଥିଲେ । ମାତ୍ର ପୁନର୍ବାର ସେ ପୁଣି ଏଭଳି କରିଥିବା ନୀରୁ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More