Only for Entertainment

ବିଗବସ ଇତିହାସରେ ପ୍ରଥମ ଥର, ନିଜେ ବିଗବସ ନମିନେଟ କଲେ ୩ ସଦସ୍ୟ ।

aajtak
0 39

ବିଗବସ ୧୨ରେ ଗୁରୁବାର ଦିନ ଖୁବ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଏହା ସହିତ ନିଜେ ବିଗବସ ୩ ଜଣ ପ୍ରତିଯୋଗୀଙ୍କୁ ବାହାରକୁ ଯିବାକୁ ନମିନେଟ କରିଛନ୍ତି । ଏହା ବିଗବସ ଇତିହାସରେ ପ୍ରଥମ ଥର ଘଟିଛି । ନ ଜଣ ସଦସ୍ୟ ନମିନେଟ ହୋଇଛନ୍ତି । କେବଳ ସେତିକି ନୁହେଁ କାଳକୋଠରୀର ଦଣ୍ଡ ମଧ୍ୟ ଦିଆଯାଇଛି ।

ବିଗବସ ସେମାନଙ୍କ ନାମ ନେବାର ଯଦିଓ କାଲି ଦେଖିବାକୁ ମିଳିନଥିଲା ତଥାପି ଯେଉଁ ୩ ଜର କାଳକୋଠରୀକୁ ଗଲେ ସେମାନଙ୍କ ଦେଖିବାକୁ ମିଳିଛି । ସେମାନେ ହେଉଛନ୍ତି କରଣବୀର ବୋହରା,ରୋମିଲ ଚୌଧରୀ ଏବଂ ନିର୍ମଳ । ନିୟମ ପାଳନ ନ କରିଥିବାରୁ ଏମାନଙ୍କୁ ଦଣ୍ଡ ମିଳିିଛି ।

ଶ୍ରୀସନ୍ତ ନିଜର ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲେ ଏବଂ ଶିଭାଶିଷଙ୍କ ସହିତ ଖୁବ ଝଗଡ଼ା କରିଛନ୍ତି । ସେ ତାଙ୍କୁ ଗାଳି କରିଛନ୍ତି ବୋଲି ଶିଭାଶିଷ ଦୋଷ ଲଗାଇଛନ୍ତି । କିନ୍ତୁ ଶ୍ରୀସନ୍ତ ଶିଭାଶିଷଙ୍କୁ ପିଟିବା ପାଇଁ ଧମକ ଦେଇଛନ୍ତି । ଅଧିକ ଗୋଲାପ ଜିତି ରେଶମୀ ଏବଂ କୃତି ଘରର କ୍ୟାପଟେନ ହୋଇ ସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More