Only for Entertainment

ଏଥର ଯୋଡିଙ୍କୁ ନେଇ ହେବ ଯୁଦ୍ଧ, କିଛି ଏଭଳି ହେବ ବିଗବସ ସିଜନ ୧୨ !

youtube
0 38

ବିବାଦୀତ ସୋ ବିଗବସିଜନ-୧୧ର ଯାତ୍ରା ଅନ୍ୟ ସିଜନ ଠାରୁ ଭିନ୍ନ ହୋଇଥିଲା । ନିଜର ସ୍ୱିଟ ଅନ୍ଦାଜ ଏବଂ ବ୍ୟବହାର ଯୋଗୁଁ ସମସ୍ତ ପ୍ରତିଯୋଗୀଙ୍କୁ ମାତ୍ ଦେଇ ଶିଳ୍ପା ସିନ୍ଦେ ବିଜେତା ହୋଇଥିଲେ । ଶିଳ୍ପା ଏବେ ‘ଜିୟୋ ଧନ ଧନା ଧନ’ସୋ ରେ ସୁନୀଲ ଗ୍ରୋବରଙ୍କ ସହ ନଜର ଆସିବେ । ସେପଟେ ବିଗବସ ୧୨ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ତେବେ ଚାଲନ୍ତୁ ଜାଣିବା ଏଥର କଣ ହେବ ଖାସ ।

ସିଜନ୧୨ ଅନ୍ୟ ସିଜନ ଠାରୁ ଭିନ୍ନ ହେବା ପାଇଁ ପ୍ରସ୍ତୁତି ଚାଲିଛି । ଏଥର ସୋରେ ଏଂଟ୍ରି କରିବା ଲାଗି ପ୍ରତିଯୋଗୀଙ୍କୁ ଯୋଡି ସହ ଆସିବାକୁ ହେବ । ଅର୍ଥାତ ଘର ମଧ୍ୟରେ ଥିବା ପ୍ରତିଯୋଗୀ ଏଥର ଯୋଡି ହୋଇ ଖେଳିବେ । ଖବର ଏହା ମଧ୍ୟ ଆସିଛି ଯେ ଏଥର ଏହି ସିଜନରେ ଲେସବିଅନ ଏବଂ କିନ୍ନରଙ୍କ ଯୋଡିକୁ ମଧ୍ୟ ଯୋଗଦାନ ଦେବା ଲାଗି ସନ୍ଧାନ ଚାଲିଛି । କିଛି ଦିନ ପୂର୍ବେ କଲର୍ସ ପକ୍ଷରୁ ଏକ ଟ୍ୱିଟ ଦେଖିବାକୁ ମିଳିଥିଲା । ଯେଉଁଥିରେ ଲେଖା ଅଛି ଯେ ବିଗବସ ସିଜନ୧୨ ଆରମ୍ଭ ହେବାକୁ ଯାଉଛି ଏବଂ ଯୋଡିରେ ପ୍ରତିଯୋଗୀ ଆବଶ୍ୟକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More