Only for Entertainment

ସମସ୍ୟାରେ କମେଡି ଡ୍ରାମା ଫିଲ୍ମ ‘ମୋତିଚୁର ଚକନାଚୁ’, ଲାଗିଲା କପି ରାଇଟ ଉଲ୍ଲଙ୍ଘନର ଅଭିଯୋଗ

Times of India
71

ସମସ୍ୟା ଘେରରେ ଅପକମିଂ କମେଡି ଡ୍ରାମା ଫିଲ୍ମ ମୋତିଚୁର ଚକନାଚୁର । ଫିଲ୍ମରେ କପି ରାଇଟ ନିୟମ ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ହୋଇଛି । ବିହାରର ଜନୈକ ଡିଷ୍ଟିବ୍ୟୁଟର ଫିଲ୍ମ ମେକରଙ୍କ ନାଁରେ ଅଭିଯୋଗ ଆଣିବା ସହ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କୋର୍ଟ ଆବେଦନ ଉପରେ ଶୁଣାଣି କରି ଫିଲ୍ମ ରିଲିଜ ଉପରେ ରୋକ ଲଗାଇଛନ୍ତି । ତେଣୁ ନଭେମ୍ବର ୧୫ରେ ଫିଲ୍ମ ରିଲିଜ ଟଳିଥିବା ଜଣାପଡିଛି ।

ପୂର୍ବରୁ ଫିଲ୍ମର ନିର୍ଦ୍ଦେଶିକା ତଥା ଲେଖିକା ଦେବମିତ୍ରା ବିଶ୍ୱାଳ ଓ ପ୍ରଯୋଜକ ରାଜେଶ ଭାଟିଆ ମଧ୍ୟ ମୁହାମୁହିଁ ହୋଇସାରିଛନ୍ତି ।ଏନେଇ ଦେବମିତ୍ରା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଫିଲ୍ମ ବିଷୟରେ କହିବାକୁ ଗଲେ ଫିଲ୍ମଟି ଏକ କମେଡି ଡ୍ରାମା ଉପରେ ଆଧାରିତ । ଫିଲ୍ମରେ ପ୍ରଥମଥର ପାଇଁ ନବାଜୁଦ୍ଦିନ ସିଦ୍ଦିକି ଏବଂ ଆଥିଆ ସେଟ୍ଟୀଙ୍କ ପ୍ରଥମଥର ପାଇଁ ପରଦାରେ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More