ନାଗିନ ଡ୍ୟାନ୍ସ କରିବା ‘ବର’କୁ ପଡିଲା ମହଙ୍ଗା! ବିବାହ ଭାଙ୍ଗିଲେ ଯୁବତୀ, ଦେଖନ୍ତୁ ଭାଇରାଲ ଭିଡିଓ
ଯଦି ଆପଣ ନାଚିବା ଜାଣିନାହାଁନ୍ତି ତେବେ ଆପଣ ନିଜ ବିବାହରେ ନାଚିବା ପାଇଁ ଚିନ୍ତା ମଧ୍ୟ କରନ୍ତୁ ନାହିଁ । କାରଣ ଆପଣଙ୍କର ନାଚିବା ଆପଣଙ୍କ ବିବାହ ଭାଙ୍ଗିଦେଇପାରେ । ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖୀରୀରେ ଜଣେ ବ୍ୟକ୍ତି ନିଜ ବିବାହରେ ଡ୍ୟାନ୍ସ କରିବା ବହୁତ ମହଙ୍ଗା ପଡିଛି ।
ଖବର ଅନୁସାରେ ବର ଜଣଙ୍କ ନିଶାରେ ନାଗିନ ଡ୍ୟାନ୍ସ କରିବା ପରେ ବଧୂ ଜଣଙ୍କ ବିବାହ କରିବା ପାଇଁ ମନା କରିଦେଇଥିଲେ । ତେବେ ସବୁଠାରୁ ବଡ କଥା ଦେଉଛି ବରମାଳା ପିନ୍ଧାଇବା ପରେ କନ୍ୟା ଜଣଙ୍କ ବିବାହ କରିବା ପାଇଁ ଅରାଜି ହୋଇଥିଲେ ।
ତେବେ କନ୍ୟା ବିବାହ ଭାଙ୍ଗିବାରୁ ବର ଜଣଙ୍କ ରାଗରେ ତାଙ୍କୁ ଚାପୁଡା ମାରିଥିଲେ । ଏହା ପରେ ବିବାହ ସ୍ଥଳରେ ହୋ ହାଲ୍ଲା ହେବା ଯୋଗୁଁ ପୋଲିସ ଡକାଯାଇଥିଲା । ପୁଅ ଘର ଲୋକେ ଝିଅ ଘର ଦେଇଥିବା ସମସ୍ତ ଉପହାର ଫେରାଇ ଦେଇଥିଲେ । କିନ୍ତୁ ଏହାକୁ ନେଇ କୈଣସି ଅଭିଯୋଗ ରୁଜୁ କରାଯାଇନାହିଁ ।
ଖବର ଅନୁସାରେ ପୁଅ କଲେଜ ଡ୍ରପଆଉଟ ହୋଇଥିବା ବେଳେ ଝିଅ ଆଇଟିଆଇରେ ଡିପ୍ଲୋମା କରିଛନ୍ତି । ରିପୋର୍ଟ ଅନୁସାରେ ବରଯାତ୍ରୀ ବିବାହ ହଲରେ ପହଁଚିବା ପରେ ବର’ର ସାଙ୍ଗମାନେ ତାକୁ ଡ୍ୟାନ୍ସ କରିବା ପାଇଁ ଟାଣିଥିଲେ ଏହା ପରେ ସେ ନିଶାରେ ଡ୍ୟାନ୍ସ କରିବା ସମହିତ ସମସ୍ତଙ୍କୁ ଖରାପ ବ୍ୟବହାର ଶିଖାଇଥିଲେ ।
ବରମାଳା ପିନ୍ଧିବା ପରେ ସବୁ ଠିକ ହୋଇଯିବ ବୋଲି ଝିଅ ଘର ଲୋକେ ଭାବିଥିଲେ ମାତ୍ର ବିବାହର ଏକ୍ସାଇଟମେଣ୍ଟରେ ବର ଜଣଙ୍କ ତଳେ ଗଡି ନାଗିନ ଡ୍ୟାନ୍ସ କରିବାକୁ ଲାଗିଲା । ଏହାକୁ ଝିଅଟି ସହି ନପାରି ବିବାହ ଭାଙ୍ଗିଦେଇଥିଲା ।