Only for Entertainment

ଟଙ୍କା ଦେଇ ବିଗ୍ ବିଙ୍କ ହାତରୁ ଫିଲ୍ମ ଫେୟାର ଶ୍ରେଷ୍ଠ ଅଭିନେତା ଆୱାର୍ଡ ଛଡାଇ ନେଇଥିଲେ ଋଷି କପୁର, ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ ଆହୁରି ଅନେକ କଥା

Variety
116

ବଲିଉଡ ଅଭିନେତା ଋଷି କପୁର ଆଜି ନିଜର ୬୭ ତମ ଜନ୍ମଦିନ ପାଳନ କରୁଛନ୍ତି । ତବେ ଦୀର୍ଘ ବର୍ଷ ପରେ ବଡ ଖୁଲ୍ଲାସା କରିଛନ୍ତିି ଅଭିନେତା ଋଷି କପୁର । ବିଗ ବି ଅମିତାଭ ବଚ୍ଚନଙ୍କ ହାତରୁ କିପରି ସେ ଆୱାର୍ଡ ଛଡାଇନେଇଥିଲେ ସେହି ସମ୍ବନ୍ଧରେ ଏବେ ମୁହଁ ଖୋଲିଛନ୍ତି ଋଷି । କେବଳ ସେତିକି ନୁହେଁ ନିଜ ଜୀବନର ଏମିତି କଥା ଉପରୁ ଋଷି ପର୍ଦ୍ଦା ଉଠାଇଛନ୍ତି ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।

  • ୭୦ରୁ ୮୦ ଦଶକରେ ଋଷି କପୁରଙ୍କ ସହ ପରଦାରେ ଟକ୍କର ଦେଉଥିଲେ ଅମିତାଭ ବଚ୍ଚନ । ୧୯୭୩ ମସିହାରେ ଫିଲ୍ମ ଫେୟାର ଆୱାର୍ଡ ମୋଟା ଅର୍ଥ ଦେଇ କିଣିଥିଲେ ଋଷି । ପାଖାପାଖି ୩୦ ହଜାର ଟଙ୍କା ଦେଇ ଆୱାର୍ଡ କିଣିବା ଯୋଗୁଁ ଋଷିଙ୍କ ଫିଲ୍ମ ଫେୟାର ଶ୍ରେଷ୍ଠ ଅଭିନେତା ଆୱାର୍ଡ ମିଳିଥିଲା । ବକ୍ସ ଅଫିସରେ ଫିଲ୍ମ ବବି ଓ ବିଗ ବିଙ୍କ ଜଂଜିର ଫିଲ୍ମ ଟକ୍କର ହେଉଥିବାବେଳେ ଆୱାର୍ଡ ହାତେଇବା ପାଇଁ ସେ ଏଭଳି ଉପାୟ ଆପଣାଇଥିବା ବାୟୋଗ୍ରାଫିରେ ଉଲ୍ଲେଖ ରହିଛି । ପରବର୍ତ୍ତୀ ସମୟରେ ଏହି କାରଣ ପାଇଁ ବିଗ ବିଙ୍କ ସହ ତାଙ୍କ ସର୍ମ୍ପକରେ ତିକ୍ତତା ଆସିଥିବା ମଧ୍ୟ ଋଷି ସ୍ୱୀକାର କରିଛନ୍ତି ।
  • ବଲିଉଡ ଅଭିନେତା ସଂଜୟ ଦତ୍ତ ଓ ଋଷି କପୁରଙ୍କୁ ନେଇ ମିଡିଆରେ ପ୍ରାୟତଃ କୌଣସି ଖବର ଚର୍ଚ୍ଚାରେ ରହୁନଥିବାବେଳେ ଖୁଲମଖୁଲା ବାୟୋଗ୍ରାଫିରେ ନୂଆ କଥାର ଖୁଲାସା ହୋଇଛି । ଦିନେ ସଂଜୟ ଦତ୍ତ ଋଷିଙ୍କ ଆପାର୍ଟମେଂଟ ନିକଟରେ ପହଁଚି ଧମକ ଚମକ ଦେଇଥିଲେ । ଏହାର କାରଣ ଥିଲେ ଟୀନା ମୁନିମ । ଟୀନା ମୁନିମ ସଂଜୟଙ୍କ ଗର୍ଲଫ୍ରେଣ୍ଡ ଭାବେ ଜଣାଯାଉଥିଲେ ଟୀନା ଓ ଋଷିଙ୍କ ମଧ୍ୟରେ ଆଫେୟାର୍ସ ସନ୍ଦେହ କରିଥିଲେ ସଂଜୟ । ତେବେ ନିତୁ କପୁର ବୁଝାଇବା ପରେ ଋଷିଙ୍କୁ କୌଣସି କ୍ଷତି ନପହଁଚାଇ ଚୁପଚାପ ଚାଲିଆସିଥିଲେ ସଂଜୟ ।
  • ଏହି ସବୁ ଭିତରେ ଋଷିଙ୍କ ବାୟୋଗ୍ରାଫିରେ ରାଜ କପୁରଙ୍କ ଲଭ ଲାଇଫକୁ ନେଇ ବଡ ଖୁଲାସା ମଧ୍ୟ କରିଛି । ବିଭିନ୍ନ ନାୟିକାଙ୍କ ସହ ରାଜ କପୁରଙ୍କ ଆଫେୟାର୍ସ ରହୁଥିଲା ଓ ଏହି ବାବଦରେ ତାଙ୍କ ମା ମଧ୍ୟ ଅବଗତ ଥିଲେ । ନରଗିସଙ୍କ ନିବିଡ ପ୍ରେମ ସର୍ମ୍ପକ ଯୋଗୁଁ ରାଜ କପୁରଙ୍କ ବୈବାହିକ ଜୀବନରେ ଅନେକ ଥର ଝଡ ସୃଷ୍ଟି ହୋଇଥିବା ଏହି ବାୟୋଗ୍ରାଫିରେ କୁହାଯାଇଛି ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More