Only for Entertainment

ଆସିଲା ‘ଫ୍ରମ୍ ମି ଟୁ ୟୁ’ର ଫନି ଟ୍ରାକ୍ ‘ଆପଣମାନେ ଖୁସି ତ’ , ଶୁଣିବାକୁ ମିଳିଲା ଆଶୁତୋଷ ଓ ଅସୀମା ପଣ୍ଡାଙ୍କ ମନଛୁଆଁ ଗାୟିକୀ !

99

ଟ୍ରାଙ୍ଗୁଲାର୍ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ‘ଫ୍ରମ୍ ମି ଟୁ ୟୁ’ । ଯେଉଁଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଜ୍ୟୋତି, ଅମ୍ଳାନ ଓ ଶ୍ରଦ୍ଧା ପାଣିଗ୍ରାହୀ । ଲଭ୍, ଟ୍ୱିଷ୍ଟ ଆଉ ଏହା ସହ ଟ୍ରାଙ୍ଗୁଲାର୍ ଲଭ୍ ଷ୍ଟୋରୀକୁ ନେଇ ପରଦାକୁ ଆସିବାକୁ ଥିବା ଏହି ସିନେମାଟି ଓଲିଉଡ୍ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି । ହେଲେ ଏହା ପୂର୍ବରୁ ଫିଲ୍ମର ଗୀତ ଗୁଡିକ ଓଲିଉଡ୍ ସିନେପ୍ରେମୀଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି । ଫିଲ୍ମର ଏକ ଫନି ଟ୍ରାକ୍ ରିଲିଜ୍ ହୋଇଛି , ଯାହାର ଟ୍ୟାଗ ଲାଇନ ରହିଛି ‘ଆପଣମାନେ ଖୁସି ତ’ ।

ତେବେ ଏହି ଗୀତରେ କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା , ଆଶୁତୋଷ ମହାନ୍ତି ଏବଂ ବ୍ୟୁଟିଫୁଲ ଦାସ , ଗୀତରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ମ୍ୟୁଜିକ ସାଇଂଟିଷ୍ଟ ପ୍ରେମାନନ୍ଦ । ଗୀତର ଲିରିକ୍ସ ଲେଖିଛନ୍ତି ବସନ୍ତ ରାଜ ସାମଲ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More