Only for Entertainment

ପ୍ରିୟଙ୍କାଙ୍କ ଜନ୍ମଦିନର ପ୍ରଥମ ଫଟୋ ଆସିଲା ସାମ୍ନାକୁ, ବିଳମ୍ବ ରାତିରେ ନିକଙ୍କ ସହ କଲେ ଏଭଳି ସେଲିବ୍ରେଟ ।

amarujala
0 44

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କର ଆଜି ୩୬ତମ ଜନ୍ମ ଦିବସ । ଫ୍ୟାନ୍ସ ମାନେ ନିହାତି ଭାବେ ଉତ୍ସାହର ସହ ଚାହିଁ ରହିଥିବେ ଜାଣିବା ପାଇଁ ଯେ କିଭଳି ଆଜି ସେଲିବ୍ରେଟ କରୁଛନ୍ତି ଦେଶୀ ଗର୍ଲ ତାଙ୍କ ବର୍ଥଡେ । ପ୍ରିୟଙ୍କା ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ଦେଖି ଆପଣ ଅନୁମାନ ଲଗାଇପାରିବେ ଯେ ପ୍ରିୟଙ୍କାଙ୍କ ପାଇଁ ଆଜି ତାଙ୍କ ଜନ୍ମଦିନ କେତେ ଗୁରୁତ୍ୱପୂର୍ଣ୍ଣ ।

କିଛିଦିନ ପୂର୍ବେ ଏଭଳି ଖବର ଆସୁଥିଲା ଯେ ପ୍ରିୟଙ୍କା ତାଙ୍କ କଥିତ ବୟଫ୍ରେଣ୍ଡ ନିକ ଜୋନସଙ୍କ ସହ ଜନ୍ମଦିବସ ପାଳିବା ପାଇଁ ଗ୍ରୀସ ଯିବେ । ମାତ୍ର ଏବେ ପର୍ଯ୍ୟନ୍ତ ଏସମ୍ପର୍କରେ କୌଣସି ଖବର ମିଳିନାହିଁ ଯେ ପ୍ରିୟଙ୍କା ଏବେ କେଉଁଠି ଅଛନ୍ତି କିନ୍ତୁ ଏତିକି ଖବର ରହିଛି ଯେ ସେ ତାଙ୍କ ଜନ୍ମଦିନକୁ ଖୁବ ଉପଭୋଗ କରିବା ପାଇଁ ପ୍ରସ୍ତୁତି କରିଛନ୍ତି ।

ପ୍ରିୟଙ୍କା ଅଧରାତିରେ ନିଜର ଇନଷ୍ଟାଗ୍ରାମ ଅକାଉଂଟରେ ଏକ ଫଟୋ ଶେୟାର କରିଛନ୍ତି ଯାହା ଉପରେ କିଛି କ୍ୟାପଶନ ମଧ୍ୟ ଲେଖାଅଛି । ପ୍ରିୟଙ୍କା କ୍ୟାପଶନ ଦେଇ ଲେଖିଛନ୍ତି ‘ଏବେ ଆରମ୍ଭ ହୋଇଗଲା’ । ପ୍ରିୟଙ୍କାଙ୍କ ଏହି କ୍ୟାପଶନରୁ ଏହା ସ୍ପଷ୍ଟ ଯେ ଏହିଦିନ ତାଙ୍କ ଜୀବନର ଏକ ସୁନ୍ଦର ସ୍ମୃତି ହେବାକୁ ଯାଉଛି ।

ଜନ୍ମଦିନର ଠିକ ଦିନକ ପୂର୍ବରୁ ପ୍ରିୟଙ୍କା ନିକଙ୍କ ସହ ଡିନର ଡେଟରେ ଯାଇଥିଲେ । ପ୍ରିୟଙ୍କା ଏବଂ ନିକଙ୍କ ସହ ତାଙ୍କ ଭାଇ ଜୋ ଜୋନସ ଏବଂ ତାଙ୍କର ଭାବି ପତ୍ନୀ ମଧ୍ୟ ନଜର ଆସିଥିଲେ । ଅର୍ଥାତ ଏହି ଡବଲ ଡେଟ ସହ ପ୍ରିୟଙ୍କାଙ୍କ ଜନ୍ମଦିନର ସେଲିବ୍ରେଶନ ଆରମ୍ଭ ହୋଇଥିଲା ।

ଖବର ମୁତାବକ ପ୍ରିୟଙ୍କା ଏବଂ ନିକ ଜୁଲାଇ ଶେଷରେ କିମ୍ବା ଅଗଷ୍ଟ ଆରମ୍ଭରେ ନିର୍ବନ୍ଧ ହୋଇପାରେ । ବିଗତ କିଛି ଦିନରୁ ପ୍ରିୟଙ୍କା ଏବଂ ନିକଙ୍କ ଆଫେୟାର ଖବର ଲାଇମ ଲାଇଟରେ ଚର୍ଚ୍ଚା ଜୋର ଧରିଥିଲା । ଏଭଳିକି ପ୍ରିୟଙ୍କା ମା’ ମଧୁ ଚୋପ୍ରାଙ୍କ ସହ ଦେଖା କରିବା ଲାଗି ନିକଙ୍କୁ ଭାରତ ନେଇ ଆସିଥିଲେ ଯାହା ଖବର ଚର୍ଚ୍ଚା ଜୋର ଧରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More