Only for Entertainment

ଜୟାପ୍ରଦାଙ୍କ ବିରୁଦ୍ଧରେ ବିବାଦୀୟ ବୟାନ ଦେଇ ଅଡୁଆରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ, ଦେଖନ୍ତୁ ଭିଡିଓ !

India Today
18

ଜୟାପ୍ରଦାଙ୍କୁ ନେଇ ଆଜମ ଖାନଙ୍କ ଅରୁଚିକର ମନ୍ତବ୍ୟକୁ ନେଇ ଜୋର ଧରୁଛି ରାଜନୀତି । ଏ ସମ୍ପର୍କରେ ଥାନାରେ ଏତଲା ଦିଆଯିବା ପରେ ଆଜମ ଖାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେପଟେ ଆଜମ ଖାନଙ୍କ ବିବାଦୀୟ ବୟାନର ଜୟାପ୍ରଦା ମୁହଁତୋଡ ଜବାବ ରଖିଥିବା ବେଳେ ମନ୍ତବ୍ୟ ବେଳେ ସେ କାହାର ନାଁ ନେଇନଥିବା ସଫେଇ ରଖିଛନ୍ତି ଆଜମ ଖାନ ।

ଆଜମ ଖାନଙ୍କ ଏହି ବୟାନକୁ ନେଇ ଏବେ ରାଜନୀତିରେ ଝଡ ସୃଷ୍ଟି ହୋଇଛି । ରାମପୁର ଲୋକସଭା ଆସନରୁ ଏସପି ଟିକେଟରେ ଆଜମ ଖାନ ଓ ବିଜେପି ଟିକେଟରେ ଜୟାପ୍ରଦା ନିର୍ବାଚନ ଲଢୁଛନ୍ତି । ଆଜମ ଖାନଙ୍କ ଏପରି ବୟାନକୁ ଡରି ସେ ରାମପୁର ଯିବା ବନ୍ଦ କରିବେ ନାହିଁ ଏବଂ ଆଜମ ଖାନ ସବୁ ସୀମା ପାର କରିସାରିଛନ୍ତି ଏବଂ ଯେଉଁବ୍ୟକ୍ତି ମହିଳାଙ୍କୁ ନେଇ ଏପରି ମନ୍ତବ୍ୟ ଦେଉଛି ତାଙ୍କୁ ନିର୍ବାଚନ ଲଢିବାକୁ ଦିଆଯିବା ଉଚିତ ନୁହେଁ ବୋଲି ଜୟାପ୍ରଦା କହିଛନ୍ତି ।

ଏନେଇ ଜାତୀୟ ମହିଳା କମିସନ କ୍ଷୋଭ ପ୍ରକାଶ କରିବା ସହ ଆଜମ ଖାନଙ୍କୁ ଆଜି କାରଣ ଦର୍ଶାଅ ନୋଟିସ ପଠାଇଛନ୍ତି । ଅନ୍ୟପଟେ ଆଜମ ଖାନ ଜୟପ୍ରଦାକୁ ନେଇ କୌଣସି ବୟାନ ଦେଇ ନାହାନ୍ତି ବୋଲି ସଫେଇ ଦେଇଛନ୍ତି । କହିଛନ୍ତି ଜୟପ୍ରଦାଙ୍କୁ ଆକ୍ଷେପ କରି ବୟାନ ଦେଇଥିବା କୌଣସି ବ୍ୟକ୍ତି ପ୍ରମାଣ କରିଦେଲେ ସେ ନିର୍ବାଚନ ଲଢିବେ ନାହିଁ ।

ସେପଟେ ଏହି ପ୍ରସଙ୍ଗରେ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ମୁଲାୟମ ସିଂଙ୍କୁ ସମ୍ବୋଧନ କରି ଟ୍ୱିଟ କରିଛନ୍ତି । ସେ ଲେଖିଛନ୍ତି, ମୁଲାୟମ ଭାଇ, ଆପଣ ସମାଜବାଦୀ ପାର୍ଟିର ପିତାମହ । ଆପଣଙ୍କ ସମ୍ମୁଖରେ ରାମପୁରରେ ଦ୍ରୌପଦୀଙ୍କ ବସ୍ତ୍ରହରଣ ହେଉଛି । ଆପଣ ଭିଷ୍ମଙ୍କ ପରି ମୌନ ରହିବାର ଭୁଲ୍ କରନ୍ତୁ ନାହିଁ ।

ରାମପୁର ଲୋକସଭା ଆସନ ପାଇଁ ବିଜେପିର ଜୟପ୍ରଦାଙ୍କ ବିରୋଧରେ ମହାମେଂଟ ପ୍ରାର୍ଥୀ ଭାବେ ମୈଦନାକୁ ଓହ୍ଲାଇଛନ୍ତି ସପାର ଭେଟେରାନ ନେତା ଆଜମ ଖାନ । ନିର୍ବାଚନୀ ପ୍ରଚାର ବେଳେ ଆଜମ ଖାନ ବାରମ୍ବର ଜୟାପ୍ରଦାଙ୍କୁ ନେଇ ଏପରି ବିବାଦୀୟ ମନ୍ତବ୍ୟ ଦେଉଥିବା ଜୟାପ୍ରଦା ପୂର୍ବରୁ ବି ଅଭିଯୋଗ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More