Only for Entertainment

ରିଲିଜ ହେଲା ଫିଲ୍ମ ପାଗଳପନ୍ତି ନୂଆ ଗୀତ, ଦେଖିବାକୁ ମିଳିଲା ଜବରଦସ୍ତ ଡାନ୍ସ !

22

ଫିଲ୍ମ ପାଗଳପନ୍ତୀର ନୂଆ ପୋଷ୍ଟର ରିଲିଜ ହେବା ପରେ ଏବେ ଏହି ଫିଲ୍ମର ଜବରଦସ୍ତ ଡାନ୍ସ ଗୀତ ରିଲିଜ ହୋଇଛି । ଗୀତର ବୋଲ ରହିଛି ଠୁମକା । ଏହି ଗୀତରେ ଅନୀଲ କପୂର, ଜନ ଇବ୍ରାହିମ, ଅର୍ଶଦ, ଉର୍ବଶୀ , ପୁଲକିତ, କ୍ରିତି ଏବଂ ଇଲିଆନାଙ୍କ ଡାନ୍ସ ଏବଂ ଜବରଦସ୍ତ ଡାନ୍ସ ଅନ୍ଦାଜ ଦେଖିବାକୁ ମିଳିଛି ।

ରିଲିଜ ହେଲା କମେଡି ଡ୍ରାମା ଫିଲ୍ମ ପାଗଲପନ୍ତି’ର ଜବରଦସ୍ତ ଡାନ୍ସ ଗୀତ “ଠୁମକା” । ଏହି ଗୀତରେ ଶୁଣିବାକୁ ମିଳିଛି ହନି ସିଂଙ୍କ ଗାୟକି ଏବଂ ଗୀତକୁ ସେ ନିଜେ କମ୍ପୋଜ କରିଛନ୍ତି । ଏହି ଫିଲ୍ମର ପ୍ରଯୋଜନା ଭାର ତୁଲାଇଛନ୍ତି ଭୂଷଣ କୁମାର ଏବଂ କ୍ରିଷନ କୁମାର । ଏହାସହ କୁମାର ମଙ୍ଗତ ପାଠକ ଏବଂ ଅଭିଶେକ ପାଠକ ମଧ୍ୟ ପ୍ରଯୋଜନା ଭାର ତୁଲାଇଛନ୍ତି । ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅନୀଶ ବାଜମୀ ।

ଫିଲ୍ମରେ ଅନୀଲ କପୂର, ଜନ ଅବ୍ରାହାମ, ଇଲିଆନା ଡିକୃଜ, ଅର୍ଶଦ ୱାରସୀ , ପୁଲକିତ ସମ୍ରାଟ, କ୍ରିତି ଖରବନ୍ଦା, ଉର୍ବଶୀ ରୌଟେଲା ଏବଂ ସୌରଭ ଶୁକ୍ଳା ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More