Only for Entertainment

ବର୍ଥଡେ ସ୍ପେଶାଲ : ସ୍କୁଲରେ ଲେଡିଗୁଣ୍ଡା ନାମରେ ପରିଚିତ ଏହି ବଲିଉଡ ନାୟିକା !

85

ବଲିଉଡ ଅଭିନେତ୍ରୀ ଆଜି ନିଜର ୪୧ତମ ଜନ୍ମଦିନ ପାଳନ କରୁଛନ୍ତି । ବିପାଶା ବସୁଙ୍କ ଜନ୍ମ ୭ଜାନୁଆରୀ ୧୯୭୯ରେ ନୂଆଦିଲ୍ଲୀରେ ଏକ ବଙ୍ଗାଳୀ ପରିବାରେ ହୋଇଥିଲା । ବିପାଶା ବଲିଉଡ ଇଣ୍ଡଷ୍ଟ୍ରିରେ ହରର ଫିଲ୍ମର ସଫଳ ଅଭିନେତ୍ରୀ ରୂପେ ପରିଚିତ । ସେ ରାଜ’ଠାରୁ ନେଇ ‘ଆଲୋନ’ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ୨୦୦୧ରେ ଅଜନବୀ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିବା ବିପାଶା ବସୁ ଇଣ୍ଡିଆ ଟିଭିରେ ଚିଫ ଆଣ୍ଡ ଏଙ୍ଗିଟର ରଜତ ଶର୍ମାଙ୍କ ଖାସ ପ୍ରୋଗ୍ରାମ ‘ଆପ କି ଅଦାଲତ’ରେ ନିଜ ଜୀବନର ଅନେକ ମଜାଦାର କଥା ଶୁଣାଇଥିଲେ ।
ଅଭିନେତ୍ରୀ ଶୋ’ରେ କହିଛନ୍ତି ଯେ ସେ ସ୍କୁଲ ସମୟରେ ଖୁବ ଦୁଷ୍ଟ ଥିଲେ । ସିନିଅରଙ୍କୁ ଖୁବ ପିଟୁଥିଲେ । ଯେଉଁକାରଣରୁ ତାଙ୍କୁ ସ୍କୁଲରେ ‘ଲେଡି ଗୁଣ୍ଡା’ ବୋଲି ସମସ୍ତେ ଜାଣିଥିଲେ । କେବଳ ସେତିକି ନୁହେଁ ପରୀକ୍ଷାରୁ ବଂଚିବା ପାଇଁ ସ୍କୁଲରେ ପ୍ରଥମ ଥର ମିଛ ଅଭିନୟ କରିଥିଲେ ।

ବଲିଉଡ ଅଭିନେତ୍ରୀ ବିପାଶା ବସୁ ନିଜ ଫିଟନେସକୁ ନେଇ ଅନେକ କଥା କହିଛନ୍ତି , ଏହାସହ ସେ କହିଛନ୍ତି ଯେ ସେ ନିଜକୁ ଖୁବ ଭଲ ପାଆନ୍ତି । ନିଜକୁ ଫିଟ ରଖିବା ପାଇଁ ସେ କଡା ପରିଶ୍ରମ କରନ୍ତି । କେବଳ ସେତିକି ନୁହେଁ ତାଙ୍କର ସ୍ୱପ୍ନ ସେକ୍ସି ଗ୍ରାଣ୍ଡମଦର ହେବାକୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More