Only for Entertainment

ଏହିଭଳି ପତ୍ନୀ ଶ୍ରୀଦେବୀଙ୍କ ସ୍ୱପ୍ନ ପୂରଣ କଲେ ବୋନି କପୂର

66

ବର୍ଷ ୨୦୧୨ରେ ଆସିଥିବା ଶ୍ରୀଦେବୀଙ୍କ ଫିଲ୍ମ ଇଙ୍ଗଲିସ ବିଙ୍ଗଲିସର ତାମିଲ ଭର୍ସନରେ କୋଲିଉଡ ଷ୍ଟାର ଅଜିତ କ୍ୟାମିଓ କରିଛନ୍ତି । ତାଙ୍କର ଏହି କ୍ୟାମିଓକୁ କେହି ମଧ୍ୟ ନଜର ଅନ୍ଦାଜ କରିନାହାଁନ୍ତି । ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀ ଚାହୁଁଥିଲେଯେ ତାଙ୍କ ଫିଲ୍ମ ନିର୍ମାତା ପତି ବୋନି କପୂର ଏଭଳି କିଛି ଫିଲ୍ମ ନିର୍ମାଣ କରନ୍ତୁ ଯେଉଁଥିରେ ଅଜିତ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଇଙ୍ଗଲିସ ବିଙ୍ଗଲିସ ରିଲିଜ ହେବାର ୭ ବର୍ଷ ପରେ ଅଜିତ ବୋନି କପୂରଙ୍କ ଫିଲ୍ମ ‘ନାରକୋଣ୍ଡା ପାରବଇ’ରେ କାମ କଲେ ।

 

ଅଜିତଙ୍କ ଏହି ଫିଲ୍ମ ୨୦୧୬ରେ ଆସିଥିବା ଅମିତାଭ ବଚ୍ଚନ ଏବଂ ତାପସୀ ପନ୍ନୁ ଷ୍ଟାରର ଫିଲ୍ମ ‘ପିଙ୍କ’ର ରିମେକ, ଯାହାକୁ ବୋନି କପୂର ନିର୍ମାଣ କରିଥିଲେ । କେବଳ ସେତିକି ନୁହେଁ ଦୁଇଜଣ ପୁଣିଥରେ ଏକ ଫିଲ୍ମରେ କାମ କରିବାକୁ ଯାଉଛନ୍ତି । ଫିଲ୍ମ ଆସନ୍ତା ବର୍ଷ ୧୦ ଅପ୍ରେଲକୁ ରିଲିଜ ହେବ । ତେବେ ଏହାକୁ ନେଇ ବୋନି କପୂର ନିଜର ଅନୁଭବ ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More