Only for Entertainment

୨୦୧୯ ଆରମ୍ଭ ହେଉଣୁ ବକ୍ସ ଅଫିସରେ ଚାଲିଛି ରଣବିର ସିଂଙ୍କ ଯାଦୁ, ରେକର୍ଡ ଭାଙ୍ଗିଲା ଫିଲ୍ମ ‘ସିମ୍ବା’

27

ବକ୍ସଅଫିସରେ ‘ସିମ୍ବା’ର ଧମାଲ୍ । ୧୨ ଦିନରେ ଏହି ସିନେମାଟି ବକ୍ସ ଅଫିସରେ ପାଖାପାଖି ୨୦୦ କୋଟିର ରୋଜଗାର କରିବାରେ ସଫଳ ହୋଇଛି । ୨୮ ଡିସେମ୍ବରରେ ପରଦାକୁ ଆସିଥିବା ସିମ୍ବା ବକ୍ସଅଫିସରେ ୧୯୦. ୬୪ କୋଟିର ରୋଜଗାର କରିଛି । ଆଉ ଖୁବ ଶୀଘ୍ର ହିଁ ଏହି ସିନେମା ୨୦୦ କୋଟି ଛୁଇଁବ ବୋଲି ଆଶା କରାଯାଉଛି । ସିମ୍ବାର ଏହି ସଫଳତାକୁ ନେଇ ମାୟାନଗରୀରେ ଏକ ସକସେସ୍ ପାର୍ଟିର ଆୟୋଜନ କରାଯାଇଥିଲା । ଏହି ଅବସରରେ ଅଭିନେତା ରଣବୀର୍ ସିଂ, ପତ୍ନୀ ଦୀପିକା ପାଦୁକୋଣ, ସିମ୍ବାର ନାୟିକା ସାରା ଅଲ୍ଲି ଖାନ୍, ନିର୍ଦ୍ଦେଶକ ରୋହିତ୍ ସେଟ୍ଟି, ଅଭିନେତା ଅଜୟ ଦେବଗନ୍, ପତ୍ନୀ କାଜୋଲଙ୍କ ସମେତ ପ୍ରଯୋଜକ କରଣ ଜୋହର୍ଙ୍କୁ ଦେଖିବାକୁ ମିଳିଥିଲା । ସିମ୍ବାର ସଫଳତାକୁ ବେଶ୍ ଧୁମ୍ଧାମରେ ପାଳନ କରିଥିଲେ ପୁରା ଟିମ୍ ।

ଅଭିନେତା ରଣବୀର୍ ସିଂଙ୍କ କ୍ୟାରିୟର ଏହା ବିଗେଷ୍ଟ ଓପନିଂ ଫିଲ୍ମ ହୋଇ ପାରିଛି । ସିନେମାଟି ପ୍ରଥମ ଦିନରେ ୨୦.୭୨ କୋଟିର ରୋଜଗାର କରିଥିଲା । ହେବି ଡାଏଲଗ୍, ଦମଦାର୍ ଆକ୍ସନ୍, ନାୟକ – ନାୟିକାଙ୍କ ରୋମାନ୍ସ ଏହି ସିନେମାକୁ କରିଛି ଖାସ୍ । ଏହା ସହିତ ସିଂଘମ୍ ଅଜୟ ଦେବଗନଙ୍କ ଏଂଟ୍ରି ଚାର୍ ଚାନ୍ଦ ଲଗେଇ ଦେଇଥିଲା ସିମ୍ବା କାହାଣୀରେ । ତା ସହିତ ଜବରଦସ୍ତ ମ୍ୟୁଜିକ୍ ଚଳଚ୍ଚିତ୍ର ସିମ୍ବାକୁ ହିଟ୍ କରିବାରେ ସଫଳ ହୋଇଛି । କହିବାକୁ ଗଲେ ଏକଦମ୍ ବଲିଉଡ୍ ମସାଲା ଫିଲ୍ମ ହୋଇଛି ରୋହିତ୍ ସେଟ୍ଟିଙ୍କ ସିମ୍ବା । ଏବେ ଦେଖିବାକୁ ବାକି ରହିଲା ସିନେମାଟି ଆଗକୁ କେତେ ରୋଜଗାର କରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More