ଯେତେବେଳେ ଦବଙ୍ଗ ଅନ୍ଦାଜରେ ବୁଲେଟ ଚଢି ମଣ୍ଡପରେ ପହଂଚିଲେ ବୋହୂ , ଦେଖିବା ପାଇଁ ଲାଗିଲା ଲୋକଙ୍କ ଭିଡ !
ଦେହରେ ନାଲି ଶାଢୀ, ଗଜରା ଏବଂ ଗହଣା ପିନ୍ଧି ବଧୂ ବେଶରେ ସାଜିଥିବା ମହିଳା ବୁଲେଟ ନିଜେ ଚଢି ବର ଆଗେ ଆଗେ ଯାଉଥିଲେ ରାସ୍ତାରେ ବିବାହ କରିବାକୁ । କଥାଟା ଶୁଣିଲେ ଅଡୁଆ ଲାଗୁଥିବ ନିଶ୍ଚୟ ମାତ୍ର ଏହା କୌଣସି ଫିଲ୍ମର କାହାଣୀ ନୁହେଁ ବରଂ ଏହା ସତ ଘଟଣା ଅଟେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଅବଶ୍ୟ ଭିଡିଡ଼ଟି ଦେଖିରେ କ୍ଷଣି ଲାଗିବ ଯେମିତି କେଉଁ ଫିଲ୍ମର ସିନ୍ ଶୁଟିଂ ହେଉଛି। ହେଲେ ବାସ୍ତବରେ ଏହି ଦୃଶ୍ୟଟି କୌଣସି ଫିଲ୍ମ ସେଟ୍ର ନୁହେଁ ବରଂ ସତସତିକା ଘଟଣାଟିଏ। ମହାରାଷ୍ଟ୍ରର ପୁଣେରେ ଦେଖିବାକୁ ମିଳିଛି ଏମିତି ନିଆରା ଦୃଶ୍ୟ।
କନ୍ୟା ବେଶରେ ଥିବା ଝିଅ ଜଣଙ୍କ ନାଁ କୋମଲ ଦେଶମୁଖ। କୋମଲ ଜଣେ ଚାଷୀ ପରିବାରର ଝିଅ। ତାଙ୍କ ବାହାଘର ଜାନୁଆରୀ ୨ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ବାହାଘର ସରିବା ପରେ ନିଜେ କୋମଲ ବୁଲେଟ୍ ନେଇ ଶାଶୂ ଘରକୁ ଯିବେ ବୋଲି ବାପାଙ୍କୁ ଅନୁମତି ମାଗିଲେ। ଝିଅର କଥାକୁ ସମ୍ମତି ଜଣାଇ ବାପା ମଧ୍ୟ ତାଙ୍କୁ ବୁଲେଟ୍ ନେଇ ଶାଶୂ ଘରକୁ ଯିବାକୁ ଅନୁମତି ଦେଇଦେଲେ। ଜାଣି ଖୁସିହେବେ ଏ କଥା ଶୁଣି ଶାଶୂଘର ଲୋକେବି କୋମଲଙ୍କ ଏ ପ୍ରସ୍ତାବରେ ରାଜି ହୋଇଗଲେ।
ଆଉ ସତକୁ ସତ କୋମଲ ବିଦା ହେବା ବେଳେ ବୁଲେଟ୍ ନେଇ ଆଗେ ଆଗେ ଚାଲିଲେ ଆଉ ତାଙ୍କ ସ୍ୱାମୀ ପଛରେ ଏକ ସୁସଜ୍ଜିତ କାର୍ରେ ବସି ଯାଉଥିବାରୁ ଦୃଶ୍ୟ ଥିଲା ବେଶ୍ ନିଆରା। ୫ କିଲୋମିଟର ପର୍ଯ୍ୟନ୍ତ ବୁଲେଟ ଚଲାଇ କୋମଲ ଶାଶୂ ଘରକୁ ଆସିଥିଲେ। ତାଙ୍କୁ ଏହି ବେଶରେ ଯିଏ ଦେଖୁଥିଲା ସେ ସ୍ୱାଗତ କରୁଥିଲା। ଆଉ ଏହି ନିଆରା ବାହାଘରକୁ ସମସ୍ତେ ଉପଭୋଗ କରିଥିଲେ।
କୋମଲଙ୍କର ଏଭଳି କରିବାର ଉଦେ୍ଧଶ୍ୟ ଏହାଥିଲା ଯେ , “ଆଜିର ସମାଜରେ ପୁଅ ଓ ଝିଅ ଭିତରେ କିଛି ପାର୍ଥକ୍ୟ ନାହିଁ। ପୁଅମାନେ କେବଳ ବରଯାତ୍ରୀ ନେଇ ଆସିବେନି ଝିଅମାନେ ମଧ୍ୟ ଯାଇପାରିବେ। ଯାହାକୁ ମୁଁ ବୁଲେଟ୍ ଚଢି କରି ଦେଖାଇଛି।”