Only for Entertainment

ବିଦେଶରେ ମଧ୍ୟ ଛାଇଲା ‘ବୀରେ ଦି ୱେଡିଂ’ର ଯାଦୁ, ୟୁକେ, ଅଷ୍ଟ୍ରେଲିଆର ଟପ ଲିଷ୍ଟରେ ହେଲା ସାମିଲ

Vogue India
0 33

ପ୍ରଥମ ଦିନରେ ବକ୍ସ ଅଫିସରେ ୧୦ କୋଟିରୁ ଅଧିକ ବ୍ୟବସାୟ କରି ଫିଲ୍ମ ‘ବୀରେ ଦି ୱେଡିଂ’ ଅନେକ ଫିଲ୍ମର କଲେକ୍ସନର ରେକର୍ଡକୁ ପଛରେ ପକାଇ ଦେଇଛି । କରୀନା କପୁର, ସୋନମ କପୁର, ସ୍ୱରା ଭାସ୍କର ଏବଂ ଶିଖା ତଲସାନିଆଙ୍କ ଏହି ଫିଲ୍ମକୁ ନା କେବଳ ଭାରତରେ ବରଂ ବିଦେଶରେ ମଧ୍ୟ ଖୁବ ପସନ୍ଦ କରାଯାଉଛି ।


ବୋଲ୍ଡ କଣ୍ଟେଂଟ ଏବଂ ୪ ଜଣ ବାନ୍ଧବୀଙ୍କ ମଜାଦାର ଲାଇଫ ଉପରେ ଆଧାରିତ ଏହି ଫିଲ୍ମ ଯୁବ ପିଢିଙ୍କୁ ଖୁବ ଆକର୍ଷିତ କରୁଛି । ଓପନିଂ ଡେ’ରେ ଜବରଦସ୍ତ ବ୍ୟବସାୟ କରିଥିବା ଏହି ଫିଲ୍ମ ବିଦେଶରେ ମଧ୍ୟ ଭଲ ଆରମ୍ଭ କରିଛି । ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ‘ବୀରେ ଦି ୱେଡିଂ’ର ଓପନିଂ କଲେକ୍ସନର ରିପୋର୍ଟ ଟୁଇଟ କରି ସେୟାର କରିଛନ୍ତି ।

ଶୁକ୍ରବାର ଅଷ୍ଟ୍ରେଲିଆ ରେ ୫୪ .୮୭ ଲକ୍ଷ (ଟପ ଲିଷ୍ଟରେ ଡେବ୍ୟୁ ନମ୍ବର ୭), ୟୁକେ ରେ ୫୮.୪୯ ଲକ୍ଷ (ଟପ ଲିଷ୍ଟରେ ଡେବ୍ୟୁ ନମ୍ବର ୮), ନ୍ୟୁଜିଲ୍ୟାଣ୍ଡରେ ୧୬.୮୨ ଲକ୍ଷ (ଟପ ଲିଷ୍ଟରେ ଡେବ୍ୟୁ ନମ୍ବର ୫)ର ବ୍ୟବସାୟ କରିଛି । ପ୍ରଥମ ଦିନରେ ବିଦେଶରେ ଭଲ ଓପନିଂ କରି ଫିଲ୍ମ ସମସ୍ତଙ୍କ ଧାରଣାକୁ ଭୁଲ ପ୍ରମାଣିତ କରିଛି ଯେ ବିଦେଶରେ ଭାରତୀୟ ଆଡଲ୍ଟ କଂଟେଂଟ ଫିଲ୍ମ ଭଲ ଚାଲେନି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More