Only for Entertainment

ବିକ୍ରମ ଲ୍ୟାଣ୍ଡିଂକୁ ନେଇ ନାସା ମହାକାଶଚାରୀଙ୍କୁ ପ୍ରଶ୍ନ କଲେ ହଲିଉଡ ଷ୍ଟାର ବ୍ରାଡ ପିଟ

latestly
88

ନିକଟରେ ଭାରତ ସାହାସର ସହିତ ‘ଚନ୍ଦ୍ରଯାନ ୨’ ମିଶନର ସଂଚାଳନ କରିଥିଲା । ଏହି ମିଶନରେ ଇଶ୍ରୋ ଚନ୍ଦ୍ରର ଦକ୍ଷିଣ ଧୃବ କ୍ଷେତ୍ରରେ ଲ୍ୟାଣ୍ଡର ବିକ୍ରମର ସଫ୍ଟ ଲ୍ୟାଣ୍ଡିଂ କରିବା ପାଇଁ ଯୋଜନା କରିଥିଲା । ମାତ୍ର ଶେଷ ମୁହୂର୍ତ୍ତରେ ହିଁ ଲ୍ୟାଣ୍ଡର ସହିତ ଇଶ୍ରୋର ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା ।

ଏହି ଘଟଣା ପରେ ହଲିଉଡ ଷ୍ଟାର ବ୍ରାଡ ପିଟ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନକୁ ଫୋନ କରି ଆମେରିକା ଆଷ୍ଟ୍ରୋନଟ ନିକ ହଜଙ୍କ ସହିତ ଅଲୋଚନା କରିଥିଲେ ଏବଂ ତାଙ୍କୁ ପଚାରିଥିଲେ ଆପଣ ‘ଚନ୍ଦ୍ରଯାନ ୨’ ବିକ୍ରମର ଲ୍ୟାଣ୍ଡିଂ ଦେଖିଛନ୍ତି କି ?

ଅସଲରେ ବଲିଉଡ ଷ୍ଟାର ବ୍ରାଡ ପିଟ ଆଡ ଆଷ୍ଟ୍ରାରେ ଆଷ୍ଟ୍ରୋନଟ ଭୂମିକାରେ ନଜର ଆସିବେ । ବ୍ରାଡ ପିଟଙ୍କ ଏହି ଫିଲ୍ମ ୨୦ ସେପ୍ଟେମ୍ବରରେ ରିଲିଜ ହେବ । ସେଥିପାଇଁ ବ୍ରାଡ ପିଟ ଫିଲ୍ମର ପ୍ରମୋସନ ନାସାର ହେଡକ୍ୱାଟର ପହଁଚିଥିଲେ । ଏବଂ ସେଠାରେ ସେ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ ସହିତ ଯୋଡି ହୋଇଥିଲେ । ସେଠାରେ ସେ ନିକ ହଜଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ ।

ନିକ ହଜଙ୍କ ସହିତ ଆଲୋଚନା କରିବା ସମୟରେ ବ୍ରାଡ ପିଟ ତାଙ୍କୁ ପଚାରିଥିଲେ ଯେ, ସେ ଚନ୍ଦ୍ରଯାନ ୨ର ବିକ୍ରମ ଲ୍ୟାଣ୍ଡରର ଲ୍ୟାଣ୍ଡ ଦେଖିଛନ୍ତି କି ? ଏହାର ଉତ୍ତର ଦେଇ ନିକ ହଜ କହିଥିଲେ ଦୁଃଭାଗ୍ୟବସତ ସେ ଏହା ଦେଖିପାରି ନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More