Only for Entertainment

ବ୍ରେଡ୍‌ ଦହି ଚାଟ୍‌ ପ୍ରସ୍ତୁତି ପ୍ରଣାଳୀ

YouTube
56

ସାମଗ୍ରୀ-

୬ ଖଣ୍ଡ ବ୍ରେଡ୍‌, ବ୍ରେଡ୍‌ ଫ୍ରାଏ କରିବା ଲାଗି ତେଲ, ୧ଟି କଟା ପିଆଜ, ୨ଟି ସିଝା ଆଳୁ, ୧ଟି କଟା ଟମାଟୋ, ୧ ଗିନା ଫେଣ୍ଟା ଯାଇଥିବା ଦହି, ଆବଶ୍ୟକ ଅନୁସାରେ ପୁଦିନା ଏବଂ ମିଠା ଚଟଣୀ, ଅଧ କପ୍‌ କଟା ଧନିଆ ପତ୍ର, ସ୍ବାଦାନୁସାରେ ଲୁଣ, ଚାଟ୍‌ ମସଲା, ଲଙ୍କା ଗୁଣ୍ଡ, ଛଣା ସେଉ।

ପ୍ରସ୍ତୁତି ପ୍ରଣାଳୀ-

ବ୍ରେଡ୍‌ ଖଣ୍ଡକୁ ନିଜ ପସନ୍ଦରେ ଖଣ୍ଡ ଖଣ୍ଡ କରି କାଟିଦିଅନ୍ତୁ। ବ୍ରେଡ୍‌ ଖଣ୍ଡକୁ ତେଲ ଗରମ କରି ଛାଣନ୍ତୁ କିମ୍ବା କୁରୁକୁରା ହେଲା ଯାଏ ନନ୍‌ଷ୍ଟିକ୍‌ ପ୍ୟାନ୍‌ରେ ଫ୍ରାଏ କରନ୍ତୁ। ଏବେ ଏହି ଫ୍ରାଏ ବ୍ରେଡ୍‌କୁ ଏକ ପ୍ଲେଟ୍‌କୁ ବାହାର କରନ୍ତୁ। ସିଝା ଆଳୁକୁ ଦର ଚକଟା କରନ୍ତୁ। ଫ୍ରାଏ ବ୍ରେଡ୍‌ ଉପରେ ଆଳୁ, ପିଆଜ ଏବଂ ଟମାଟୋ ରଖନ୍ତୁ। ଏହା ଉପରେ ଦହି, ଲୁଣ, ଚଟଣୀ ଏବଂ ସବୁ ପ୍ରକାରର ମସଲା ପକାନ୍ତୁ। କଟା ଧନିଆ ପତ୍ର, ଛଣା ସେଉ ଦେଇ ଏହାକୁ ସଜାନ୍ତୁ। ଆପଣ ଚାହିଲେ ଗଜା ଚଣା କିମ୍ବା ଡାଳିମ୍ବ ମଞ୍ଜି ପକାଇ ସଜାଇ ପାରିବେ। ଏବେ ପ୍ରସ୍ତୁତ ହୋଇଗଲା ବ୍ରେଡ୍‌ ଦହି ଚାଟ୍‌। ଗରମ ଦିନେ ଏହା ଖାଇବାର ମଜା ଉପଭୋଗ କରନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More