‘ସ୍ତ୍ରୀ’ର ଅପୂର୍ବ ସଫଳତା ପରେ ଆଉ ଏକ ହରର କମେଡି ଫିଲ୍ମ କରିବେ ରାଜ କୁମାର ରାଓ- ଦିନେଶ ବିଜନ, ଜାନୁଆରୀ ୨୦୨୦ରେ ହେବ ରିଲିଜ ।
ରାଜକୁମାର ରାଓ, ଶ୍ରଦ୍ଧା କପୁର ଏବଂ ଅପାରଶକ୍ତି ଖୁରାନା ଷ୍ଟାରର ଫିଲ୍ମ ‘ସ୍ତ୍ରୀ’ ୨୦୧୮ର ସବୁଠାରୁ ବଡ ହିଟ ପ୍ରମାଣିତ ହୋଇଛି । ଏହି ଫିଲ୍ମ ବକ୍ସ ଅଫିସରେ ୧୦୦ କେଟିରୁ ଅଧିକ ଟଙ୍କା ଆୟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଏହି ଫିଲ୍ମ ଅଭିନେତା ରାଜକୁମାର ରାଓଙ୍କୁ ଏ-ଲିଷ୍ଟ ଆକ୍ଟରରେ ଏଣ୍ଟ୍ରି କରାଇଥିଲା । ତେବେ ଫିଲ୍ମ ‘ସ୍ତ୍ରୀ’ର ଅପୂର୍ବ ସଫଳତା ପରେ ପ୍ରଡ୍ୟୁସର ଦିନେଶ ବିଜନ ଆଉ ଏକ ହରର କମେଡି ଫିଲ୍ମ ନିର୍ମାଣ କରିବା ପାଇଁ ନିର୍ଣ୍ଣୟ ନେଇଛନ୍ତି ।
IT’S OFFICIAL… After the humongous success of #Stree, producer Dinesh Vijan and actor Rajkummar Rao team up for a horror-comedy yet again… Not titled yet… Costars Varun Sharma… #Fukrey director Mrighdeep Singh Lamba is creative director… Starts early 2020.
— taran adarsh (@taran_adarsh) December 17, 2018
ଆଜ୍ଞା ହିଁ, ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି କହିଛନ୍ତି ଯେ, ଦିନେଶ ବିଜନ ଏବଂ ରାଜକୁମାର ରାଓ ଆଉ ଏକ କମେଜି ଫିଲ୍ମ ନେଇ ଆସୁଛନ୍ତି । ଫିଲ୍ମର ଟାଇଟଲ ଏପର୍ଯ୍ୟନ୍ତ ଫାଇନାଲ ହୋଇନାହିଁ । ଏହି ନୂଆ ଫିଲ୍ମରେ ଦର୍ଶକ ବରୁଣ ଶର୍ମାଙ୍କୁ ମଧ୍ୟ ଦେଖିବାକୁ ପାଇବେ । ଫିଲ୍ମର ସୁଟିଂ ୨୦୧୯ରେ ଆରମ୍ଭ ହେବ ଏବଂ ୨୦୨୦ରେ ରିଲିଜ ହେବ ।
More on producer Dinesh Vijan and actor Rajkummar Rao project… Rajkummar Rao plays a small-time goon whose plans go haywire when he has supernatural encounters… Filming starts early 2019… Jan 2020 release.
— taran adarsh (@taran_adarsh) December 17, 2018
କରଣ ନିଜ ଟ୍ୱିଟରେ ଏହା ମଧ୍ୟ କହିଛନ୍ତି ଯେ, ଫିଲ୍ମର ହିରୋଇନ ଏପର୍ଯ୍ୟନ୍ତ ଫାଇନାଲ ହୋଇନାହିଁ । ଲୋକେ ସ୍ତ୍ରୀର ଦ୍ୱିତୀୟ ଭାଗର ଅପେକ୍ଷା କରିଥିବା ବେଳେ ଏହି ନୂଆ ଫିଲ୍ମ ଏକ ନୂଆ କାହାଣୀ ହେବ ବୋଲି ଶୁଣିବାକୁ ମିଳିଛି ।