Only for Entertainment

ପୁଣି ଏକ ଫିଲ୍ମ, ‘ବାଏପାସ ରୋଡ’ର ଟ୍ରେଲର ରିଲିଜ, ହ୍ୱିଲ ଚେୟାରରେ ବସି କିଭଳି ସମସ୍ୟା ସମାଧାନ କରିବେ ନୀଲ ନୀତିନ ମୁକେଶ?

hindirush
36

ବଲିଉଡ ଆକ୍ଟର ନୀଲ ନିତିନ ମୁକେଶଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ସାହୋ’ରେ ଦେଖିବାକୁ ମିଳିଥିଲା । ଫିଲ୍ମରେ ତାଙ୍କ ଅଭିନୟକୁ ଯଥେଷ୍ଟ ପ୍ରଶଂସା ମଧ୍ୟ କରାଯାଇଛି । ନୀଲ ନିତିନଙ୍କ ଆଗାମୀ ଫିଲ୍ମ ‘ବାଏପାସ ରୋଡ’ ୧ ନଭେମ୍ବରକୁ ସିନେମା ଘରେ ରିଲିଜ ହେବାକୁ ଯାଉଛି । ସୋମବାରକୁ ଏହାର କେତେକ ରହସ୍ୟଭରା ଟ୍ରେଲର ରିଲିଜ ହୋଇଥିଲା । ସସପେନ୍ସ ଥ୍ରିଲର ଏହି ଫିଲ୍ମର ଲେଖକ ନିଜେ ନୀଲ ନିତିନ ମୁକେଶ । ତେବେ ଏହା ରାଇଟର ଭାବରେ ତାଙ୍କର ପ୍ରଥମ ଡେବ୍ୟୁ ଫିଲ୍ମ।

୨ ମିନିଟ ୫୪ ସେକେଣ୍ଡର ଭିଡ଼ିଓ ଆପଣଙ୍କୁ ସଂପୂର୍ଣ୍ଣ ଭାବରେ ବାନ୍ଧି ରଖିବ । ଫିଲ୍ମରେ ବିକ୍ରମ ଚରିତ୍ରରେ ନଜର ଆସିବେ ନୀଲ ନିତିନ ମୁକେଶ । ଏକ ଘଟଣାର ସମ୍ମୁଖୀନ ହେବା ପରେ ସେ ସାରା ଜୀବନ ହ୍ୱିଲ ଚେୟାରରେ ବସିଥିବାର ଦେଖିବାକୁ ମିଳିବ । ଫିଲ୍ମ ଶମା ସିକନ୍ଦର ତାଙ୍କ ଗର୍ଲଫ୍ରେଣ୍ଡ ଭାବରେ ନଜର ଆସିବେ । ଫିଲ୍ମରେ ତାଙ୍କ ନାମ ସାରା । ଯେଉଁଥିରେ ତାଙ୍କୁ ହତ୍ୟା କରାଯିବ ଏବଂ ତାଙ୍କ ହତ୍ୟା ଘଟଣାକୁ ସମାଧାନ କରିବା ପାଇଁ ପୋଲିସ ଲାଗିପଡ଼ିବ । ଯାହାପରେ ସାମ୍ନାକୁ ଆସିବ କେତେକ ରହସ୍ୟ । ଫିଲ୍ମ ଅଦା ଶର୍ମା ମଧ୍ୟ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ନୀଲ ନିତିନ ମୁକେଶଙ୍କ ଭାଇ ନମନ ନିତିନ ମୁକେଶ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More