Only for Entertainment

ଆଇନ କାନୁନ ମଧ୍ୟରେ ଫସିଲେ ଅର୍ଜୁନ ରାମପାଲ ।

Bollywood Hungama
20

ବହୁ ବର୍ଷ ହେବ ଲାଇମ ଲାଇଟ ଠାରୁ ଦୂରେଇ ରହିଥିବା ଅର୍ଜୁନ ରାମପାଲ ଶେଷରେ ଚର୍ଚ୍ଚାକୁ ଆସିଥିଲେ । ତାହା କିନ୍ତୁ କୌଣସି ସିନେମାକୁ ନେଇ ନୁହେଁ ବରଂ ନିଜର ବ୍ୟକ୍ତିଗତ ଜୀବନକୁ ନେଇ । ଆଜ୍ଞା ହଁ ପତ୍ନୀ ମେହେରଙ୍କ ସହିତ ଛାଡ଼ପତ୍ରକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଅର୍ଜୁନ ।ଏବେ ତାଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । ଏକ କୋଟି ଟଙ୍କା ଋଣ ନେଇ ଫେରାଇ ନ ପାରିବାରୁ ତାଙ୍କ ବିରୋଧରେ ଏକ ଅପରାଧିକ ମାମଲା ରୁଜୁ ହୋଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ମିଳିଥିବା ସୂଚନା ମୁତାବକ, ଓ୍ଵାଇଟି ଏଣ୍ଟରଟେନ୍‌ମେଣ୍ଟ ଲିମିଟେଡ୍‌ ନାମକ ଏକ କମ୍ପାନି ଅର୍ଜୁନ୍‌ଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛି । ଅର୍ଜୁନ ଓ୍ଵାଇଟି ଏଣ୍ଟରଟେନ୍‌ମେଣ୍ଟ ଲିମିଟେଡ୍‌ ନାମକ ଏକ କମ୍ପାନି ଠାରୁ ୧୨ ପ୍ରତିଶତ ସୁଧ ହିସାବରେ ଏକ କୋଟି ଟଙ୍କା ଆଣିଥିଲେ । ଯାହାକୁ ପରେ ସେ ସୁଝିବାରେ ଅସମର୍ଥ ହୋଇଥିଲେ । ଚଳିତ ବର୍ଷ ମେ ମାସରେ ଅର୍ଜୁନ୍‌ ଋଣ ଟଙ୍କା ଆଣିଥିବା ବେଳେ ୯୦ ଦିନ ମଧ୍ୟରେ ଫେରାଇବା ପାଇଁ କଥା ଦେଇଥିଲେ । କିନ୍ତୁ ୯୦ ଦିନ ମଧ୍ୟରେ ସେ ଟଙ୍କା ଫେରାଇ ପାରି ନଥିଲେ । ପରେ କମ୍ପାନିକୁ ଯେଉଁ ଚେକ୍‌ ଦିଆ ଯାଇଥିଲା, ତାହା ବାଉନ୍ସ ହୋଇ ଯିବାରୁ କମ୍ପାନି ଅର୍ଜୁନ୍‌ଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଥିବା ଜଣା ପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More