Only for Entertainment

ରିଲିଜ ହେଲା ‘ଚିଟ ଇଣ୍ଡିଆ ଫିଲ୍ମର ରୋମାଂଟିକ ସଙ୍ଗ, ଦେଖିବାକୁ ମିଳିଲା ଇମ୍ରାନ ଏବଂ ଶ୍ରେୟା ଜବରଦସ୍ତ ରୋମାନ୍ସ !

42

ଆଗାମୀ ବଲିଉଡ ଚଳଚ୍ଚିତ୍ର ଚିଟ ଇଣ୍ଡିଆର ରୋମାଂଟିକ ଗୀତ ‘ଦିଲ ମେ ହୋ ତୁମ’ରିଲିଜ ହୋଇଛି । କମ୍ପୋଜ ସିଙ୍ଗର ବାପି ଲେହେରିଙ୍କ ୯୦ଦଶକ ଫିଲ୍ମର ଏହି ସୁପରହିଟ ଗୀତକୁ ନେଇ ନୂଆ ଶୈଳୀରେ ଏହା ରିକ୍ରିଏଟ କରାଯାଇଛି । ଯାହା ଶ୍ରୋତାକୁ ପସନ୍ଦ ଆସିପାରେ ବୋଲି ଆଶା କରାଯାଉଛି ।

ଏହି ଗୀତରେ ଦେଖିବାକୁ ମିଳିଛି ଅଭିନେତା ଇମ୍ରାନ ହାସମୀ ଏବଂ ଶ୍ରେୟାଙ୍କ ଜବରଦସ୍ତ ରୋମାନ୍ସ । ମୂଳ ଗୀତର ଧୁନକୁ ନେଇ ଗୀତଟି ରିକ୍ରିଏଟ କରାଯାଇଛି ଏବଂ ଏହି ଗୀତରେ ଶୁଣିବାକୁ ମିଳିଛି ଅର୍ମାନ ମଲ୍ଲିକଙ୍କ ମ୍ୟାଜିକାଲ ଗାୟିକି । ଏହି ଗୀତକୁ କମ୍ପୋଜ କରିଛନ୍ତି ରୋଚକ କୋହଲି , ଏବଂ ଲିରିକ୍ସ ଲେଖିଛନ୍ତି ମନୋଜ ମୁନତାସିର ଓ ଫାରୁକ କାଶୀର ।

ତେବେ ଏହି ଫିଲ୍ମ ଜରିଆରେ ଅକେ ଦିନ ପରେ ଜର ଆସିବେ ଇମରାନ ହାସମୀ । ଫିଲ୍ମରେ ସେ ଦଲାଲ ଭୂମିକାରେ ନଜର ଆସିବେ ଏବଂ ଏହି ଫିଲ୍ମ ଜାନୁୟାରୀ ୨୫ରେ ପରଦାକୁ ଆସିବ ବୋଲି ଶୁଣିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More