Only for Entertainment

ରିଲିଜ ହେଲା ବିକ୍କି କୌଶଲ ଏବଂ ୟାମୀ ଗୌତମ ଷ୍ଟାରର ଫିଲ୍ମ ‘ଉରି’ର ଲୋଗୋ ଭିଡିଓ ।

tweeter
0 35

ପ୍ରଡ୍ୟୁସର ରୌନୀ ସ୍କୃବାଲା ବଲିଉଡରେ ଅନେକ ସମୟ ହେବ ଶାନଦାର ଫିଲ୍ମ ଦେଇ ଆସିଛନ୍ତି ଏବଂ ଏହିଭଳି ସେ ଫିଲ୍ମ ‘ଉରି’ଜରିଆରେ ଆଗକୁ ବଢିବାକୁ ଯାଉଛନ୍ତି । ଏହି କାହାଣୀ ସେପ୍ଟମ୍ବର ୨୦୧୬ରେ ହୋଇଥିବା ‘ଉରି’ ଆତଙ୍କି ମାମଲା ଉପରେ ଆଧାରିତ । ଫିଲ୍ମରେ ବିକ୍କି କୌଶଲ ଏବଂ ୟାମୀ ଗୌତମଙ୍କ ଭଳି କଳାକାର ଦେଖିବାକୁ ମିଳିବେ । ଫିଲ୍ମର ସୁଟିଂ ଚଳିତ ବର୍ଷ ଆରମ୍ଭରୁ ଆରମ୍ଭ ହୋଇଥିଲା ଯାହା ଏବେ ଶେଷ ହୋଇସାରିଲାଣି ।

ଫିଲ୍ମ ନିର୍ମାତା ‘ଉରି’ର ଏକ ଲୋଗୋ ଭିଡିଓ ଜାରି କରିଦେଇଛନ୍ତି ଏବଂ ଆଜି ଟିଜର ରିଲିଜ ହେବ ବୋଲି ମଧ୍ୟ କହିଛନ୍ତି । ଏହି ଫିଲ୍ମକୁ ଡେବ୍ୟୁଟାଂଟ ଡିରେକ୍ଟର ଆଦିତ୍ୟ ଧର ପ୍ରସ୍ତୁତ କରିଛନ୍ତି ।

ଫିଲ୍ମରେ ବିକ୍କି କୌଶଲ ସୈନ୍ୟ ରୁପେ ନଜର ଆସିଛନ୍ତି । ତାଙ୍କ ନିକଟକୁ ଏହି ଫିଲ୍ମ ଆସିବା ପରେ ସେ ଡିରେକ୍ଟରଙ୍କ ସହ ଆଲୋଚନା କରିଥିଲେ । ଏହାପରେ ତାଙ୍କୁ ସ୍କ୍ରିପ୍ଟ ପସନ୍ଦ ଆସିିଥିଲା ବୋଲି ବିକ୍କି ମିଡିଆକୁ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More