Only for Entertainment

ବହି ବିକ୍ରି କରୁଥିବା ଯୁବକଙ୍କ ଠାରୁ ନିଜ ନୋବେଲ କିଣିଲେ ଚେତନ ଭଗତ, ଭିଡିଓ ଭାଇରାଲ

latestly
202

ଲେଖକ ଚେତନ ଭଗତ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଥାନ୍ତି । ଅନେକ ସମୟରେ ସେ ନିଜର ଫ୍ୟାନ୍ସଙ୍କ ପାଇଁ ମୋଟିଭେସନାଲ ଭିଡିଓ ପୋଷ୍ଟ କରିଥାନ୍ତି । ନିକଟରେ ସେ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯାହା ଖୁବ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଚେତନ ଭଗତ ନିଜ ଗାଡିରେ ଥାଇ ଜଣେ ବହି କିକ୍ରି କରୁଥିବା ଯୁବକଙ୍କ ସହିତ କଥା ହେଉଛନ୍ତି । ବହି ବିକ୍ରି କରୁଥିବା ଯୁବକଙ୍କ ଠାରୁ ସେ ଏକ ବହି କିଣୁଥିବାର ନଜର ଆସୁଛନ୍ତି । କିନ୍ତୁ ସବୁଠାରୁ ମଜା କଥା ହେଉଛି ଯୁବକ ଜଣଙ୍କ ଜାଣିନାହିଁ ଯେ ସେ ଚେତନ ଭଗତଙ୍କୁ ତାଙ୍କ ବହି ବିକ୍ରି କରୁଛି ।

ଏହି ଭିଡିଓ ସେୟାର କରି ଚେତନ ଭଗତ ଲେଖିଥିଲେ ଯେ, ‘ଏହି ଯୁବକଙ୍କୁ ଜଣା ନଥିଲା ଯେ ସେ ମୋତେ ମୋ ବହି ବିକ୍ରି କରୁଛି । ମୋ ବିଷୟରେ ଜାଣିବା ପରେ ତାର ରିଆକ୍ସନ ଖୁବ ସ୍ୱିଟ ଥିଲା । ମୁଁ ପାୟରେସୀର ସମର୍ଥନ କରୁ ନାହିଁ କିନ୍ତୁ ଜାଣିଛି ଯେ ଲୋକେ ଏହା ଦ୍ୱାରା ନିଜ ଜୀବନ ଚଳାଉଛନ୍ତି । ମୋ କହିବା ଅନୁସାରେ ସେମାନଙ୍କୁ ଅରିଜିନାଲ ପୁସ୍ତକ ବିକ୍ରି କରିବା ଦରକାର । ଅନେକ ଲୋକେ ଏପରି କରିଥାନ୍ତି । ’

ଦେଖନ୍ତୁ ଭିଡିଓ-

ଆପଣଙ୍କୁ କହିରଖୁଛୁ ଯେ, ଚେତନ ଭଗତ ‘ଫାଇଭ ପଏଣ୍ଟ ସମୱାନ’, ‘୨ ଷ୍ଟେଟସ୍’, ‘ହାଫ ଗର୍ଲଫ୍ରେଣ୍ଡ’ ପରି ଅନେକ ନୋବେଲ ଲେଖିଛନ୍ତି । ତାଙ୍କର ପୁସ୍ତକ ଯୁବକମାନଙ୍କ ମଧ୍ୟରେ ଖୁବ ଲୋକପ୍ରିୟ । ଚେତନ ଭଗତଙ୍କ ଲେଖାକୁ ନେଇ ଅନେକ ଫିଲ୍ମ ମଧ୍ୟ ନିର୍ମାଣ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More