Only for Entertainment

ସୁଶାନ୍ତ ସିଂ ରାଜପୂତ ଏବଂ ଶ୍ରଦ୍ଧା କପୂର ଷ୍ଟାରର ଫିଲ୍ମ ‘ଛିଛୋରେ’ର ନୂଆ ଗୀତ ‘ଫିକର ନଟ’ ରିଲିଜ !

35

ସୁଶାନ୍ତ ସିଂ ରାଜପୂତ ଏବଂ ଶ୍ରଦ୍ଧା କପୂର ଷ୍ଟାରର ଫିଲ୍ମ ‘ଛିଛୋରେ’ର ନୂଆ ଗୀତ ‘ଫିକର ନଟ’ ରିଲିଜ ହୋଇଛି । ଏହି ଗୀତ ରିଲିଜ ହେବା ପୂର୍ବରୁ ଏହାର ଏକ ଟିଜର ରିଲିଜ ହୋଇଥିଲା । ସୁଶାନ୍ତ ସିଂ ରାଜପୂତଙ୍କ ଫିଲ୍ମ ଛିଛୋରେର ଫିକର ନଟ ପ୍ରଥମ ଗୀତ ଅଟେ । ଏହା ପୂର୍ବରୁ ଛିଛୋରେ ଫିଲ୍ମର ଟ୍ରେଲର, ପୋଷ୍ଟର ଏବଂ ଟିଜର ଜାରି କରାଯାଇଥିଲା । ଏହି ଗୀତକୁ କୋରିଓଗ୍ରାଫ କରିଛନ୍ତି ବୋସ୍କୋ-ସୀସର । ଏହି ଯୋଡି ରାଷ୍ଟ୍ରୀୟ ପୁରସ୍କାର ବିଜେତା ହୋଇସାରିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ସୁଶାନ୍ତ ସିଂ ରାଜପୂତ, ଶ୍ରଦ୍ଧା କପୂର, ବରୁଣ ଶର୍ମା, ପ୍ରତୀକ ବବରଙ୍କ ଫିଲ୍ମ ଛିଛୋରେ ୬ସେପ୍ଟମ୍ବରରେ ରିଲିଜ ହେବାକୁ ଯାଉଛି ।

ଏହି ଫିଲ୍ମ କାହାଣୀରେ କଲେଜ ବନ୍ଧୁଙ୍କ କାହାଣୀକୁ ଦେଖାଯାଇଛି । ଫିଲ୍ମରେ ୯୦ଦଶକରୁ ନେଇ ପୂରା ଯାତ୍ରା ଦେଖିବାକୁ ଆପଣ ପାଇବେ । ଏହି ଫିଲ୍ମ ୩୦ଅଗଷ୍ଟରେ ରିଲିଜ ହେବାକୁ ଥିଲା ମାତ୍ର ପ୍ରଭାସଙ୍କ ଫିଲ୍ମ ସାହୋ’ ପାଇଁ ଫିଲ୍ମ ୩୦ଅଗଷ୍ଟ ବଦଳି ଏହା ସେପ୍ଟେମ୍ବର ୭ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More