Only for Entertainment

ବନ୍ଦ ହେବାକୁ ଯାଉଛି ଦୀର୍ଘ ଦିନର ଶୋ CID? ପଢନ୍ତୁ କ’ଣ କହିଲେ ଦୟା ।

aajtak
41

ଛୋଟ ପରଦାର ସବୁଠାରୁ ଚର୍ଚ୍ଚିତ ଏବଂ ଲମ୍ବା ସମୟ ଧରି ଚାଲୁଥିବା ଶୋ ସିଆଇଡିର ଫ୍ୟାନ୍ସଙ୍କ ପାଇଁ ଖରାପ ଖବର ରହିଛି । ଏଂଟରଟେନମେଂଟ ୱେବ ପୋର୍ଟାଲ ଟେଲି ଚକ୍କରର କହିବା ଖବର ଅନୁସାରେ ସିଆଇଡିର ଶେଷ ଏପିସୋଡ ୨୯ ଅକ୍ଟୋବରକୁ ପ୍ରସାରିତ ହେବ ।

କହିରଖୁଛୁଯେ ଏହି ଶୋ ୧୯୯୭ରୁ ସୋନି ଟିଭିରେ ପ୍ରସାରିତ ହୋଇ ଆସୁଛି । ଏହିଭଳି କିଛି କମ ଶୋ ଥାଏ ଯାହା ଲମ୍ବା ସମୟ ଧରି ଚାଲୁଥାଏ ଏବଂ ଦର୍ଶକଙ୍କର ପ୍ରିୟ ହୋଇ ରହିଥାଏ । ଏହା ସହିତ ଟିଆରପି ମାମଲାରେ ମଧ୍ୟ କିଛି ନୁହେଁ ।ନିକଟରେ ଶୋ ୧୫୪୬ଟି ଏପିସୋଡ ଶେଷ କରି ସାରିଛି । ଶୋ ବନ୍ଦ କରିବା ପଛର କାରଣ ଶୋ’ରେ ଅଭିନୟ କରୁଥିବା ଇନ୍ସପେକ୍ଟର ଦୟା ଚରିତ୍ରରେ ଅଭିନୟ କରୁଥିବା ଦୟାନନ୍ଦ ସେଟ୍ଟୀ କହିଛନ୍ତିଯେ ଶୋ’ର ଟିଆରପି ଭଲ ଥିଲା,କିନ୍ତୁ କିଛି ଦିନ ପୂର୍ବରୁ ସୁଟିଂ ସମୟରେ ପ୍ରଡ୍ୟୁସର ବି.ପି ସିଂଙ୍କ ଫୋନ କଲ ଆସିଲା ଏବଂ କହିଲେ ଶୋ’କୁ ବନ୍ଦ କରିବାକୁ । ଦୟା କହିଛନ୍ତିଯେ ଫ୍ୟାନ୍ସଙ୍କ ପାଇଁ ମୋତେ ଦୁଃଖ ଲାଗୁଛି ଏବଂ ଏହା ସହିତ ମୁଁ ଦୟା ଚରିତ୍ରକୁ ଖୁବ ମିସ କରିବି ।

ଶୋ ସହିତ ଏହାର ପ୍ରତ୍ୟେକ ଚରିତ୍ର ଘରେ ଘରେ ପରିଚିତ ।ଏସିପି ପ୍ରଦ୍ୟୁମ୍ନଙ୍କ ଚରିତ୍ରରେ ଶିବାଜୀ ସାଥମ,ଇନ୍ସପେକ୍ଟର ଦୟାଙ୍କ ଚରିତ୍ରରେ ଦୟାନନ୍ଦ ସେଟ୍ଟୀ ଏବଂ ଅଭିଜିତଙ୍କ ଚରିତ୍ରରେ ଆଦିତ୍ୟ ଶ୍ରୀବାତ୍ସବଙ୍କୁ ସମସ୍ତେ ଜାଣନ୍ତି । ଶୋ’କୁ ଆଜି ମଧ୍ୟ ଦର୍ଶକଙ୍କ ସେତିକି ଭଲପାଇବା ମିଳୁଛି ଯେତିକି ପୂର୍ବରୁ ମିଳୁଥିଲା । ଶୋ’ର କିଛି ଡାଏଲଗ ରହିଛି ଯାହା ଦର୍ଶକ ସବୁବେଳେ ମନେ ରଖିଥାନ୍ତି,ଯେପରି ଏସିପି ପ୍ରଦ୍ୟୁମ୍ନଙ୍କ ଡାଏଲଗ,କୁଛ ତୋ ଗଡ଼ବଡ଼ ହୈ ଦୟା,ଏହାକୁ ସମସ୍ତେ ମନେ ରଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More