Only for Entertainment

ବିଗ ବସ ପରେ ଟିଭିକୁ ଲୋକେଶଙ୍କ କମବ୍ୟାକ, ଡେଟିଙ୍ଗ ଶୋ’ରେ କରିବେ ଫ୍ଲର୍ଟ ।

aajtak
0 37

ବିଗବସ ପ୍ରତିଯୋଗୀ ଲୋକେଶ କୁମାରୀ ଶୋ’ରେ ନିଜର ନିରୀହତା ଏବଂ ଚୁଲବୁଲି ଗୁଣରେ ସମସ୍ତଙ୍କୁ ଇମ୍ପ୍ରେଶ କରିଥିଲେ । ବିଗବସରୁ ବାହାରକୁ ଆସିବା ପରେ ତାଙ୍କୁ ଗଜବ ମେକଓଭରରେ ଦେଖିବାକୁ ମିଳିଥିଲା । ଏବେ ପୁଣିଥରେ ସେ ଟିଭିକୁ ଫେରୁଛନ୍ତି ।

lokesh

 

ଲୋକେଶ ଏମଟିଭିର ରିଆଲିଟି ଡେଟିଙ୍ଗ ଶୋ “ଡେଟିଙ୍ଗ ଇନ ଦ ଡାର୍କ”ରେ ନଜର ଆସିବେ । ଶୋ’ର ଇଂଷ୍ଟାରେ ଏହାର ପ୍ରମୋ ସେୟାର କରାଯାଇଛି । ଏଥିରେ ଲୋକେଶ ପୁଅଙ୍କୁ ଫ୍ଲର୍ଟ କରୁଥିବାର ନଜର ଆସିଛନ୍ତି ।

 

 

ଏହି ଶୋ ଖୁବ ଚର୍ଚ୍ଚାରେ ରହିଛି । କାରଣ ଅନ୍ଧାରରେ ଜଣେ ଝିଅ ପୁଅଙ୍କୁ ଡେଟ କରୁଛନ୍ତି । ଦୁଇ ଜଣ ପରସ୍ପରକୁ ଇମ୍ପ୍ରେଶ କରିବାକୁ ଚେଷ୍ଟା କରୁଛନ୍ତି । ଭିଡ଼ିଓରେ ଲୋକେଶ ଖୁବ ଗ୍ଲାମରସ ଅନ୍ଦାଜରେ ନଜର ଆସିଛନ୍ତି ।

 

ବିଗ ବସରୁ ଆସିବା ପରେ ଲୋକେଶ ନିଜ ବ୍ୟକ୍ତିତ୍ୱକୁ ବଦଳାଇବା ପାଇଁ ଖୁବ ଚେଷ୍ଟା କରିଛନ୍ତି । ଓଜନ ମଧ୍ୟ କମ କରିଛନ୍ତି । ଶୋ’ରେ ଓଜନ କମାଇବା ପାଇଁ ସଲମାନ ତାଙ୍କୁ ପରାମର୍ଶ ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More