Only for Entertainment

ଦର୍ଶକଙ୍କୁ ଆକର୍ଷିତ କରିପାରିଲା ନାହିଁ ବିଦ୍ୟୁତ ଜାମବାଲଙ୍କ କମାଣ୍ଡେ ଥ୍ରି

29

ଲୋକପ୍ରିୟ କମାଣ୍ଡେ ଫ୍ରାଂଚାଇଜ ମାଧ୍ୟମରେ ପୁଣିଥରେ ଦର୍ଶକଙ୍କ ନିକଟକୁ ଫେରିଛନ୍ତି ବିଦ୍ୟୁତ ଜାମବାଲ । ରିଲିଜ ହୋଇଛି କମାଣ୍ଡେ ଥ୍ରି । କିନ୍ତୁ ମନେ ହେଉଛି ଫିଲ୍ମ ଦର୍ଶକଙ୍କୁ ଥିଏଟରକୁ ଆକର୍ଷିତ କରିବାରେ ଅସଫଳ ରହିଛି । ଫିଲ୍ମରେ ବିଦ୍ୟୁତ ଜାମବାଲଙ୍କ ସହିତ ନଜର ଆସିଛନ୍ତି ଆଦା ଶର୍ମା, ଗୁଲସନ ଦେବୟା ଏବଂ ଏହି ଫିଲ୍ମ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଛନ୍ତି ଅଙ୍ଗିରା ଧର ।

ମରଜାୱାଁ ସହିତ ଯଦି ଏହି ଫିଲ୍ମକୁ ତୁଳନା କରାଯାଏ ତେବେ ମାତ୍ର ୧୦ ପ୍ରତିଶତ ଏହା ଦର୍ଶକଙ୍କ ହୃଦୟକୁ ଛୁଇଁଛି । ଏହାର ପ୍ରଥମ ଦୁଇଟି ସିରିଜ କମାଲ ଦେଖାଇଥିବା ବେଳେ ଏହା ମଧ୍ୟ ସମସ୍ତଙ୍କ ହୃଦୟକୁ ଛୁଇଁବ ବୋଲି ଆଶା କରାଯାଉଥିଲା, କିନ୍ତୁ ସେହିଭଳି କିଛି ଅନୁଭବ ହେଉନାହିଁ । ଟ୍ରେଣ୍ଡ ଆନାଲିଷ୍ଟ ମଧ୍ୟ ଏହାକୁ ନେଇ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More