Only for Entertainment

ଫିଲ୍ମ ‘ଗୁଡ ନ୍ୟୁଜ’କୁ ନେଇ ଆରମ୍ଭ ହେଲା ବିବାଦ, କର୍ଣ୍ଣାଟକ ହାଇକୋର୍ଟରେ ଦାଖଲ ହେଲା ପବ୍ଲିକ ପିଟିସନ

44

ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ ‘ଗୁଡ ନ୍ୟୁଜ’ ରିଲିଜ ହେଉ ହେଉ ବିବାହ ଘେରରେ  ଫସିବାରେ ଲାଗିଛି । ଫିଲ୍ମକୁ ବ୍ୟାନ କରିବା ପାଇଁ ଏକ ଜନହିତ ଯାଚିକା କର୍ଣ୍ଣାଟକ ହାଇକୋର୍ଟରେ ଦାଖଲ କରାଯାଇଛି ।

ଫିଲ୍ମରେ ଦେଖିବାକୁ ମିଳିଛି ଯେ, ‘ବତ୍ର୍ରା’ ଉପନାମରେ  ଦୁଇ ଦମ୍ପତ୍ତି ଛୁଆ ଜନ୍ମ କରିବା ପାଇଁ ଆଇବିଏଫର  ସହାୟତା ନେଇଥାନ୍ତି । କିନ୍ତୁ ହସ୍ପିଟାଲର ଭୁଲରେ ଶୁକ୍ରାଣୁ ପରିବର୍ତ୍ତନ କରିଦିଏ । ଏହା ପରେ କାହାଣୀରେ କନଫ୍ୟୁଜନ ଦେଖାଦେଇଥାଏ ।

ରିପୋର୍ଟ ଅନୁସାରେ ମୈସୁର ସ୍ଥିତ ଏକ ଏନଜିଓ ଫିଲ୍ମର ବିଷୟ ଉପରେ ଆପତ୍ତି ପ୍ରକାଶ କରିଛନ୍ତି । ୟଶ ଟ୍ରଷ୍ଟ ନାମକ ଏହି ଏନଜିଓର ଅଧ୍ୟକ୍ଷ ମୀର ସମୀମ ରଜା ଫିଲ୍ମକୁ ନେଇ ଏକ ପବ୍ଲିକ ପିଟିସନ  ଦାଖଲ କରିଛନ୍ତି ।

ଏହି ଯାଚିକାରେ କୁହାଯାଇଛି ଯେ, ଫିଲ୍ମର ବିଷୟ ଖୁବ ଗୋଳମାଳ ଅଟେ ଏବଂ ଏହାକୁ  ଦେଖି ଲୋକେ ବିଶ୍ୱାସ କରିବେ ଯେ ଆଇବିଏଫ କେନ୍ଦ୍ର ସବୁବେଳେ ଏପରି ଭୁଲ କରିଥାନ୍ତି । ଯାହା ଦ୍ୱାରା ଆଇବିଏଫ ସେଣ୍ଟର ଉପରେ ଏହାର ଖରାପ ପ୍ରଭାବ ପଡିପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More