Only for Entertainment

ସଚିନ ଏବଂ ଧୋନଙ୍କ ପରେ ନିର୍ମାଣ ହେବାକୁ ଯାଉଛି ସୌରଭ ଗାଙ୍ଗୁଲୀଙ୍କ ବାୟୋପିକ, ଏକତା କପୁର କରିବେ ପ୍ରଡ୍ୟୁସ

T2 Online
0 44

କ୍ରିକେଟର କପିଲ ଦେବଙ୍କ ବାୟୋପିକ ନିର୍ମାଣ ହେବାର ଚର୍ଚ୍ଚା କମିନଥିବା ବେଳେ ଏବେ ସୌରଭ ଗାଙ୍ଗୁଲୀଙ୍କ ଫ୍ୟାନ ମାନଙ୍କ ପାଇଁ ଖୁସି ଖବର । ଖୁବ ଶୀଘ୍ର ଦାଦାଙ୍କ ଜୀବନ ଏବଂ ତାଙ୍କ କାହାଣୀକୁ ବଡ ପରଦାରେ ଦେଖିବାକୁ ମିଳିବ । ଖବର ଅନୁସାରେ ଏକତା କପୁରଙ୍କ ବଲାଜୀ ଫିଲ୍ମସର ବ୍ୟାନରେ ଭାରତର ପୂର୍ବ କ୍ୟାପଟେନଙ୍କ ବାୟୋପିକ ନିର୍ମାଣ ହେବାକୁ ଯାଉଛି ।

biopic-on-Sourav-Ganguly

କିଛି ଦିନ ପୂର୍ବେ ଏକତା କପୁର ଏବଂ ସୌରଭ ଗାଙ୍ଗୁଲୀ ଏହି ପ୍ରୋଜେକ୍ଟକୁ ନେଇ ଆଲୋଚନା କରିଥିଲେ । ଏହି ଫିଲ୍ମ ‘ଏ ସେଞ୍ଚୁରୀ ଇଜ ନଟ ଏନଫ’ ପୁସ୍ତକ ଉପରେ ଆଧାରିତ ହେବ । ସୌରଭ ଗାଙ୍ଗୁଲୀ ଏହି ପୁସ୍ତକର ସହ ଲେଖକ ଅଟନ୍ତି । ଫିଲ୍ମ ଆସିବା ପରେ ଭାରତୀୟ କ୍ରିକେଟ ଟିମର ସଫଳ କ୍ୟାପଟେନରେ ଗଣାଯାଉଥିବା ସୌରଭ ଗାଙ୍ଗୁଲୀଙ୍କ ଜୀବନ ଉପରେ ଲୋକେ ଆହୁରି ନିକଟରୁ ଜାଣିପାରିବେ ।

ସୌରଭ ଗାଙ୍ଗୁଲୀଙ୍କ ପୂର୍ବରୁ ପୂର୍ବ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଉପରେ ‘ସଚିନ ଏ ବିଲିୟନ ଡ୍ରିମସ’ ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ‘ଏମଏସ ଧୋନୀ – ଦ ଅନଟୋଲ୍ଡ ଷ୍ଟୋରୀ’ ଏବଂ ଅଜହଋଦ୍ଦୀନ ଉପରେ ‘ଅଜହର’ ନିର୍ମାଣ କରାଯାଇଛି । ଏହା ବ୍ୟତିତ ମିଲଖା ସିଂ ଏବଂ ମେରୀ କମଙ୍କ ଉପରେ ମଧ୍ୟ ଫିଲ୍ମ ନିର୍ମାଣ କରାଯାଇଛି । ସେହିପରି ହକି ପ୍ଲେୟାର ସନ୍ଦୀପ ସିଂଙ୍କ ଉପରେ ନିର୍ମିତ ‘ସୁରମା’ ଖୁବ ଶୀଘ୍ର ପରଦାକୁ ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More