Only for Entertainment

ଅଣହିନ୍ଦୁ ଡେଲିଭରୀ ବୟଙ୍କ ହାତରୁ ଖାଦ୍ୟ ଗ୍ରହଣ ନ କରିବା ପାଇଁ ଅର୍ଡର କ୍ୟାନସଲ କଲେ ଗ୍ରାହକ, ଜୋମାଟୋ ଦେଲା କଡା ଜବାବ

441

ଅଧିକାଂଶ ଲୋକେ ଫୁଡ ଡେଲିଭର ଫ୍ଲାଟଫର୍ମ ଜୋମାଟୋରୁ ଖାଦ୍ୟ ଅର୍ଡର କରିଥାନ୍ତି । ଖାଦ୍ୟ ଅର୍ଡର କରିବା ପରେ ଜୋମାଟୋ ଡେଲିଭରୀ ବୟ ଖାଦ୍ୟ ନେଇ ଗ୍ରାହକଙ୍କ ଘରେ ପହଁଚାଇ ଦିଅନ୍ତି । ବୋଧ ହୁଏ ଏପରି କିଛି ଗ୍ରାହକ ଥିବେ ଯେ ଡେଲିଭରୀ ବୟଙ୍କ ଧର୍ମ ବିଷୟରେ ପଚାରିଥାନ୍ତି । ତେବେ ଏହାକୁ ନେଇ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ଅସଲରେ ଅମିତ୍‌ ଶୁକ୍ଳା ନାମକ ଜଣେ ବ୍ୟକ୍ତି ମଙ୍ଗଳବାର ରାତିରେ ଜୋମାଟୋରୁ ଖାଦ୍ୟ ବରାଦ କରିଥିଲେ। ଜୋମାଟୋ ପକ୍ଷରୁ ଡେଲିଭରି ବୟଙ୍କ ସଂପର୍କରେ ସବିଶେଷ ବିବରଣି ଦିଆଯାଇଥିଲା। ଡେଲିଭରି ବୟଙ୍କ ନାଁ ଶୁଣି ଅମିତ୍‌ ଜାଣିପାରିଥିଲେ ସେ ଜଣେ ମୁସ୍‌ଲମାନ। ତତ୍‌କ୍ଷଣାତ ସେ ବରାଦ ବାତିଲ୍‌ କରି ଦେଇଥିଲେ। ଏହି ଘଟଣାକୁ ସେ ସୋସିଆଲ୍‌ ମିଡିଆରେ ସେୟାର୍‌ କରିବା ପରେ ବୁଧବାର ସକାଳୁ ଜୋମାଟୋ ପକ୍ଷରୁ ସୋସିଆଲ୍‌ ମିଡିଆରେ ମୁହଁତୋଡ଼ ଜବାବ ଦେଖିବାକୁ ମିଳିଥିଲା। ଜୋମାଟୋ ଲେଖିଥିଲା ‘ଖାଦ୍ୟର ଧର୍ମ ନଥାଏ, ଖାଦ୍ୟ ଖୋଦ ଏକ ଧର୍ମ’।

ମାତ୍ର ଏହି ଘଟଣା ଏବେ ଏତିକିରେ ସୀମିତ ହୋଇନାହଁ। ଏହା ଏକ ଜାତୀୟ ଚର୍ଚ୍ଚା ପାଲଟି ଯାଇଛି। ସୋସିଆଲ୍‌ ମିଡିଆ ସାଇଟ୍‌ଗୁଡ଼ିକରେ ଏହାକୁ ନେଇ ଏକ ତର୍କ ଆରମ୍ଭ ହୋଇଯାଇଛି। କେହି କେହି ଜୋମାଟୋକୁ ସମର୍ଥନ କରିଥିବା ବେଳେ ଆଉ କେହି ଗ୍ରାହକ ଅମିତ ଶୁକ୍ଳାଙ୍କୁ ସମର୍ଥନ କରିଛନ୍ତି। ଅମିତ ତାଙ୍କ ଟ୍ଵିଟର୍‌ ଆକାଉଣ୍ଟ୍‌ରେ ଲେଖିଥିଲେ ଯେ ଶ୍ରାବଣ ମାସ ହୋଇଥିବାରୁ ସେ ଜଣେ ମୁସ୍‌ଲମାନ ହାତରୁ ଖାଦ୍ୟ ଖାଇବେ ନାହିଁ ବୋଲି ଚିନ୍ତା କରି ବରାଦ ବାତିଲ୍‌ କରିଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More