Only for Entertainment

କ୍ୟୁଟ ଜାହ୍ନବୀ ଦେଲେ ଶାହାରୁଖଙ୍କୁ ଆୱାର୍ଡ଼,ଦେଖନ୍ତୁ ମେମୋରେବଲ ଡେ ।

zeenews
0 36

ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଚମକରେ ବଲିଉଡ ପୁଣିଥରେ ଚମକିବା ଭଳି ମନେ ହେଉଛି । ଜାହ୍ନବୀଙ୍କର ୧୮ ବର୍ଷ ପୁରୁଣା ଭିଡ଼ିଓ ଏବେ ସୋସିଆଲ ସାଇଟରେ ଖୁବ ଭାଇରାଲ ହେଉଛି । ଏହି ଭିଡ଼ିଓରେ ଜାହ୍ନବୀ ତାଙ୍କ ବାପା ବୋନି କପୁର ଏବଂ ଅଭିନେତ୍ରୀ ପ୍ରୀତି ଜିନ୍ତାଙ୍କ ସହିତ ନଜର ଆସିଛନ୍ତି । ଏହି ଭାଇରାଲ ଭିଡ଼ିଓ ୨୦୦୦ ମସିହାର ଜି ସିନେ ଆୱାର୍ଡ଼ସର । ଯେଉଁଥିରେ ଶାହାରୁଖଙ୍କୁ ଦେବଦାସ ପାଇଁ ବେଷ୍ଟ ଆକ୍ଟରର ଆୱାର୍ଡ଼ ମିଳିଛି । କିନ୍ତୁ ଖାସ କଥା ହେଉଛି ସେ କ୍ୟୁଟ ଜାହ୍ନବୀଙ୍କ ଠାରୁ ଏହି ଆୱାର୍ଡ଼ ନେଇଛନ୍ତି । ଯେଉଁଥିରେ ଶାହାରୁଖ ଜାହ୍ନବୀଙ୍କୁ ପ୍ୟାରା କିସ ଦେଇଛନ୍ତି ।

 

ଏହି ଭିଡ଼ିଓ ଜାହ୍ନବୀଙ୍କ କ୍ୟୁଟନେସରେ ଓଭରଲୋଡେଡ । ତେବେ ଜାହ୍ନବୀ ସେଠାରେ ଶାହାରୁଖଙ୍କ ପାଇଁ ଆନାଉଂସମେଂଟ କରିବା ପାଇଁ ଛିଡ଼ା ହୋଇଥିଲେ । କିଛି ଦିନ ପୂର୍ବରୁ ଜୋକର ହୋଇଥିବା ଜାହ୍ନବୀଙ୍କର ଏକ ଭିଡ଼ିଓ ଖୁବ ଭାଇରାଲ ହୋଇଥିଲା । ଏମିତିବି ଜାହ୍ନବୀ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହୁଛନ୍ତି । ତେବେ ୨୦ ଜୁଲାଇକୁ ଜାହ୍ନବୀଙ୍କର ଧଡ଼କ ରିଲିଜ ହେବାକୁ ଯାଉଛି । ଧଡ଼କର ପ୍ରମୋଶନ ହେଉ ବା ବି ଟାଉନର କୌଣସି ପ୍ରୋଗ୍ରାମ ଜାହ୍ନବୀ ସେଂଟର ଅଫ ଆଟ୍ରାକ୍ସନ ହୋଇ ଯାଉଛନ୍ତି । ଯେତେବେଳେ ଧଡ଼କର ପ୍ରଥମ ଗୀତ ରିଲିଜ ହେଲା ତାହାକୁ ଗୋଟିଏ ଦିନରେ ୮୪ ଲକ୍ଷରୁ ଅଧିକ ଭ୍ୟୁଜ ମିଳିଥିଲା ।

ଧଡ଼କ ଜାହ୍ନବୀଙ୍କର ପ୍ରଥମ ଫିଲ୍ମ । ସେ ଈଶାନ ଖଟ୍ଟରଙ୍କ ସହିତ ସ୍କ୍ରିନ ସେୟାର କରିଛନ୍ତି । ତେବେ ଏହି ଫିଲ୍ମ ଜାତି ବ୍ୟବସ୍ଥାକୁ ନେଇ ନିର୍ମାଣ କରାଯାଇଛି । ଏହା ମରାଠୀ ଫିଲ୍ମ ସୈରାଟର ରିମେକ । ଏହି ଫିଲ୍ମ ନେସନାଲ ଆୱାର୍ଡ଼ ମଧ୍ୟ ପାଇଥିଲା । ଫିଲ୍ମ କରଣ ଜୋହରଙ୍କ ନିର୍ଦ୍ଦେଶନାରେ ନିର୍ମାଣ କରାଯାଉଛି । ତେବେ ଦୁଇ ଷ୍ଟାର୍ସଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More