Only for Entertainment

ରିଲିଜ ହେଲା ଇମରାନ ହାସମୀଙ୍କ ଫିଲ୍ମ ‘ଚିଟ୍ ଇଣ୍ଡିଆ’ର ଗୀତ ‘ଦାରୁ ବର୍ଗୀ’ ।

Scroll
69

ଇମରାନ ହାସମୀଙ୍କ ଆଗାମୀ ଫିଲ୍ମ ‘ଟିଟ ଇଣ୍ଡିଆ’ ଆଗାମୀ ବର୍ଷ ଜାନୁଆରୀରେ ରିଲିଜ ହେବକୁଥିବା ବେଳେ ଫିଲ୍ମର ଟ୍ରେଲର ନିକଟରେ ରିଲିଜ କରାଯାଇଛି । ଦର୍ଶକଙ୍କୁ ଫିଲ୍ମର ଟ୍ରେଲର ଖୁବ ପସନ୍ଦ ମଧ୍ୟ ଆସିଛି । ଟ୍ରେଲର ପରେ ଫିଲ୍ମର ପ୍ରଥମ ଗୀତ ‘ଦାରୁ ବର୍ଗୀ’କୁ ରିଲିଜ କରାଯାଇଛି । ଗୀତରେ ଇମରାନ ହାସମୀ, ଗୁରୁ ରାନ୍ଧୱାଙ୍କ ସଙ୍ଗୀତରେ ଝୁମୁଥିବାର ଦେଖିବାକୁ ମିଳିଛି ।

ଏହି ଫିଲ୍ମ ଏଜୁକେସନ ସିଷ୍ଟମରେ ହେଉଥିବା ଘୋଟାଲା ଉପରେ ଆଧାରିତ । ଫିଲ୍ମରେ ଇମରାନ ହାସମୀ ଏପରି ଜଣେ ବ୍ୟକ୍ତି ଭୂମିକାରେ ଅଭିନୟ କରୁଛନ୍ତି ଯେ, ଧନୀ ପିଲାମାନଙ୍କୁ ପରୀକ୍ଷାରେ ପାସ କରାଇବା ପାଇଁ ତାଙ୍କ ଠାରୁ ଡୋନେସନ ନେଇଥାନ୍ତି ଏବଂ ଗରୀବ ମେଧାବୀ ପିଲାମାନଙ୍କୁ ଟଙ୍କା ଦେଇ ତାଙ୍କୁ ପରୀକ୍ଷାରେ ବସାଇଥାନ୍ତି । ଫିଲ୍ମକୁ ସୋମିକ ସେନ ନିର୍ଦ୍ଦେଶନା ଦେଇଥିବା ବେଳେ ଏହାକୁ ପ୍ରଡ୍ୟୁସ କରିଛନ୍ତି ଭୂଷଣ କୁମାର, କୃଷ୍ଣା କୁମାର, ତନୁ ଗର୍ଗ, ଅତୁଲ କାସବେକର ଏବଂ ପରବୀନ ହାଶମୀ । ଫିଲ୍ମ ୨୫ ଜାନୁଆରୀରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More