Only for Entertainment

ପୁଣି ଚର୍ଚ୍ଚାରେ ଡବୁ ଅଙ୍କଲ, ଦେଖିବାକୁ ମିଳିଲା ମିଥୁନ ଦା’ଙ୍କ ମୁଭ !

youtube
0 37

ଡ୍ୟାସିଙ୍ଗ ମୁଡମରେ ଡବୁ ଅଙ୍କଲ । ସୋସିଆଲ ମିଡିଆରେ ଘୂରି ବୁଲିଛି ଡବୁ ଅଙ୍କଲଙ୍କ ଡ୍ୟାନ୍ସିଙ୍ଗ ଭିଡିଓ । ନିକଟରେ ତାଙ୍କର ଆଉ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଡବୁ ଅଙ୍କଲ ଅର୍ଥାତ୍ ସଞ୍ଜିବ ଶ୍ରୀବାସ୍ତବ ଭିଡିଓରେ ଗୋବିନ୍ଦ ଅନ୍ଦାଜରେ ଡ୍ୟାନ୍ସ କରୁଥିବାର ଆପଣ ଦେଖିବାକୁ ପାଇବେ । ପୂର୍ବରୁ ଗୋବିନ୍ଦାଙ୍କ ଗୀତ ଆପ୍ କେ ଆ ଜାନେ ସେ… ଡ୍ୟାନ୍ସ କରି ଚର୍ଚ୍ଚାକୁ ଆସଥିଲେ ଡବୁ ଅଙ୍କଲ । ଏବେ ପୁଣି ଥରେ ମିଥୁନ୍ ଚକ୍ରବର୍ତ୍ତୀଙ୍କ ଗୀତ ଜୁଲି ଜୁଲିରେ ତାଙ୍କର ଡ୍ୟାନ୍ସିଙ୍ଗ ତଡକା ଦେଖିବାକୁ ମିଳିଥିବା ବେଳେ ଭିଡିଓରେ ତାଙ୍କ ପତ୍ନୀ ମଧ୍ୟ ନଜର ଆସିଛନ୍ତି । ପାଞ୍ଚ ଦିନ ପୂର୍ବରୁ ଶେୟାର କରାଯାଇଥିବା ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ହଜାରରୁ ଉଦ୍ଧ୍ୱର୍ ଲୋକ ଦେଖି ସାରିଥିବାବେଳେ ସୋସିଆଲ ମିଡିଆରେ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ସଲମାନ ଖାନ, ଅନୁଷ୍କା ଶର୍ମା ଏବଂ ଅର୍ଜୁନ କପୁର ଭଳି ଷ୍ଟାର୍ସ ତାଙ୍କ ଡ୍ୟାନ୍ସର ପ୍ରଶଂସା କରିଛନ୍ତି । ଏହାସହିତ ସୁନୀଲ ସେଠୀ ମଧ୍ୟ ତାଙ୍କୁ ନିଜର ଏକ ଫିଲ୍ମରେ କାଷ୍ଟ କରିବା ନେଇ ଚିନ୍ତା କରୁଛନ୍ତି । ତେବେ ସଞ୍ଜୀବଙ୍କୁ ‘ବଜାଜ ଇନ୍ସ୍ୟୋରାନ୍ସ’ କମ୍ପାନୀ ନିଜର ଏକ ଆଡରେ ସାଇନ କରିଛି । କହିରଖୁଛୁ ୪୬ ବର୍ଷୀୟ ସଞ୍ଜୀବ ଭାଭା ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଇଲେକଟ୍ରୋନିକ ଆସିଷ୍ଟାଣ୍ଟ ପ୍ରଫେସର ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More