Only for Entertainment

ଶ୍ୟାମଳ ରଙ୍ଗ ପାଇଁ ମଲାଇକାଙ୍କୁ ମଧ୍ୟ ହେବାକୁ ପଡିଛି ଭେଦଭାବର ଶିକାର, ନେହାଙ୍କ ଶୋ’ରେ କଲେ ଖୁଲାସା!

Celebily
31

ଅଭିନେତ୍ରୀ ମଲାଇକା ଅରୋରାଙ୍କ କହିବା ଅନୁସାରେ ତାଙ୍କର ଶ୍ୟାମଳ ରଙ୍ଗ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପ୍ରଥମେ ପ୍ରଥମେ ତାଙ୍କୁ ଭେଦଭାବବର ଶିକାର ହେବାକୁ ପଡିଥିଲା । ମଲାଇକା କହିଛନ୍ତି, ‘ଯେବେ ମୁଁ ଫିଲ୍ମ ଦୁନିଆରେ ପାଦ ଦେଇଥିଲି ସେତେବେଳେ ଫିଲ୍ମ ଇଣ୍ଡଷ୍ଟ୍ରୀରେ କଳା ଧଳା ଭେଦଭାବ ରହିଥିଲା ଏବଂ ମୋତେ ସବୁବେଳେ କଳା ଶ୍ରେଣୀରେ ହିଁ ରଖାଯାଇଥିଲା ।’

‘ଛୈୟା ଛୈୟା’, ‘ଗୁଡ ନାଲ ଇଶ୍କ ମିଠା’, ‘ମାହୀ ବେ’, ‘କାଳ ଧମାଲ’ ଏବଂ ‘ମୁନ୍ନୀ ବଦନାମ ହୁଇ’ ପରି ଆଇଟମ ନମ୍ବର ପାଇଁ ପ୍ରସିଦ୍ଧ ମଲାଇକା ନେହା ଧୂପିଆଙ୍କ ଶୋ’ ନେଟଫ୍ଲିକ୍ସନେହା ସିଜନ ୪ରେ ନିଜର ଏହି ବିଚାର ରଖିଥିଲେ ।

malaika

କହିରଖୁଛୁ ଯେ, ଗୋଟିଏ ଛୁଆର ମା’ ମଲାଇକା ଅଭିନେତା ଅର୍ଜୁନ କପୁରଙ୍କ ସହିତ ତାଙ୍କର ଅଫେୟରକୁ ନେଇ ଚର୍ଚ୍ଚାରେ ଅଛନ୍ତି । ତାଙ୍କର ଏହି ସମ୍ପର୍କକୁ ନେଇ ଲୋକେ ଟ୍ରୋଲ କରୁଥିବା ବେଳେ ସେ ଟ୍ରୋଲର୍ସଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ ବୋଲି ଶୋ’ରେ କହିଛନ୍ତି । ଏବେ ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଗକୁ ଏହି ସମ୍ପର୍କ ବିବାହର ରୂପ ନେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More