ଟିଭି ଏବଂ ଫିଲ୍ମ ଦୁନିଆର ପ୍ରସିଦ୍ଧ ପ୍ରଡ୍ୟୁସର ଏକତା କପୁର ଖୁବ ଶୀଘ୍ର ଏକ ନୂଆ ଟିଭି ଶୋ’ ନେଇ ଛୋଟ ପରଦାକୁ ଆସୁଛନ୍ତି । ଏହି ଶୋ’ ଦର୍ଶକଙ୍କ ସମ୍ନାକୁ ଆସିବା ପୂର୍ବରୁ ଏହାର ଟିଜରକୁ ରିଲିଜ କରାଯାଇଛି । ଆଣ୍ଡଟିଭିରେ ପ୍ରଶାରିତ ହେବାକୁ ଥିବା ଏହି ଟିଭି ଶୋ’ର ଟାଇଟଲ ରହିଛି ‘ଡାୟନ’ । ଏହି ଶୋରେ ମୁଖ୍ୟ ଭୂମିକାରେ ନଜର ଆସିବେ ମୋହିତ ମଲହୋତ୍ରା ।
ଆପଣଙ୍କୁ କହିରଖୁଛୁ ଯେ, ଟିଭି ଶୋ’ ଡାୟନ ସୁପର ନ୍ୟାଚୁରାଲ ପାୱାର ଉପରେ ଆଧାରିତ । ଡାୟନର କାହାଣୀ ଏକ ରହସ୍ୟମୟୀ ମହିଳା ସହିତ ଜଡିତ । ଆପଣଙ୍କୁ କହିରଖୁଛୁ ଯେ, ଡାୟନର ଟିଜର ଦେଖିବା ପରେ ଆପଣଙ୍କୁ ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ ସ୍ତ୍ରୀ ନିଶ୍ଚିତ ମନେ ପକାଇଦେବ ।
ଏକତା କପରଙ୍କ ଏହି ଶୋ’ ପାଇଁ ପୂର୍ବରୁ ଅଦା ଶର୍ମାଙ୍କ ନାମ ଶୁଣିବାକୁ ମିଳିଥିଲା । କିନ୍ତୁ ଏବେ ଅଦାଙ୍କ ବଦଳରେ ଟିନା ଦତ୍ତା ନଜର ଆସିବେ । ସୋସିଆଲ ମିଡିଆରେ ଏବେ ଡାୟନର ଟିଜର ଭାଇରାଲ ହେବାରେ ଲାଗିଛି । ଡାୟନର ଟିଜର ଦେଖିବାକୁ ଖୁବ ଭୟାନକ ହୋଇଛି ।
ଦେଖନ୍ତୁ ଟିଜର –