Only for Entertainment

‘ଦେ ଦେ ପ୍ୟାର ଦେ’ର ଦ୍ୱିତୀୟ ଗୀତ ରିଲିଜ, ୨୬ ବର୍ଷ ଛୋଟ ରକୁଲଙ୍କ ସହିତ ରୋମାଣ୍ଟିକ ହେଲେ ଅଜୟ ଦେବଗନ

Latestly
56

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ଦେ ଦେ ପ୍ୟାର ଦେ’ର ଦ୍ୱିତୀୟ ଗୀତ ‘ତୁ ମିମଲା ତୋ ହେ ନା’ ରିଲିଜ ହୋଇସାରିଛି । ଏହି ଗୀତରେ ଅଜୟ ଦେବଗନ ବେଂ ରକୁଲ ପ୍ରିତ ସିଂ ପରସ୍ପର ସହିତ ରୋମାନ୍ସ କରୁଥିବାର ନଜର ଆସିଛନ୍ତି । ଗୀତରେ ଦୁହିଁଙ୍କ ଲଭ କେମେଷ୍ଟ୍ରୀ ଦେଖିବାକୁ ମିଳିଛି ।

ଏହି ରୋମାଣ୍ଟିକ ଗୀତକୁ ଅରିଜିତ ସିଂ ଗାଇଥିବା ବେଳେ ଏହାର ଲିରିକ୍ସକୁ ସୁନ୍ଦର ଭାବେ ଲେଖିଛନ୍ତି କୃଣାଲ ବର୍ମା । ଏହା ସହିତ ଅମାଲ ମଲିକ ଏହି ଗୀତକୁ କମ୍ପୋଜ କରିଛନ୍ତି ।

କିଛି ଦିନ ପୂର୍ବେ ଫିଲ୍ମର ଟ୍ରେଲର ଏବଂ ଗୀତ ରିଲିଜ କରାଯାଇଥିଲା ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି ଏବଂ ଫିଲ୍ମର ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି । ଫିଲ୍ମ ବିଷୟରେ କହିବାକୁ ଗଲେ, ଫିଲ୍ମରେ ଅଜୟ ଦେବଗନ ଏବଂ ରକୁଲ ପ୍ରିତଙ୍କ ବ୍ୟତିତ ତବୁ ମଧ୍ୟ ଲିଡ ରୋଲରେ ନଜର ଆସିବେ । ଏହାକ ରୋମାଣ୍ଟିକ କମେଡି ଫିଲ୍ମ । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ରକୁଲ ଏବଂ ଅଜୟ ପ୍ରଥମଥର ପାଇଁ ସ୍କ୍ରିନ ସେୟାର କରିଛନ୍ତି । ଫିଲ୍ମ ୧୭ ମଇରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More