Only for Entertainment

ରିଲିଜ ହେଲା ‘ଭାରତ’ର ଧମାକାଦାର ଟ୍ରେଲର, ସଲମାନଙ୍କ ଡାଇଲଗ ଶୁଣି ଫ୍ୟାନ୍ସ କହିଲେ ବ୍ଲକବଷ୍ଟର

Bollyworm
27

ଶେଷରେ ସଲମାନ ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଭାରତ’ର ଟ୍ରେଲର ରିଲିଜ ହୋଇଛି । ଏହି ଟ୍ରେଲର ଜରିଆରେ ସଲମାନ ଫ୍ୟାନ୍ସଙ୍କୁ ଗୋଟିଏ ପରେ ଗୋଟିଏ ଲୁକ୍ସ ଏବଂ ଡାଇଲଗର ଉପହାର ଦେଇଛନ୍ତି । ଫିଲ୍ମର ଟ୍ରେଲର ୨୪ ଏପ୍ରିଲରେ ରିଲିଜ ହେବାକୁ ଥିବା ବେଳେ ଫ୍ୟାନ୍ସଙ୍କ ଉତ୍ସାହ ଦେଖି ୨ଦିନ ପୂର୍ବରୁ ଆଜି ଏହାକୁ ରିଲିଜ କରାଯାଇଛି ।

ଟ୍ରେଲରେ ସଲମାନଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଛି । ଜାରି କରାଯାଇଥିବା ଟ୍ରେଲରରେ ସଲମାନଙ୍କ ବ୍ୟତିତ ସୁନିଲ ଗ୍ରୋଭର, କ୍ୟାଟ୍ରିନା କୈଫ, ଦିଶା ପଟାନୀ, ଜ୍ୟାକି ଶ୍ରଫଙ୍କୁ ଦେଖିବାକୁ ମିଳିଛି ।

ଟ୍ରେଲର ରିଲିଜ ହେବାର ମାତ୍ର କିଛି ସମୟ ମଧ୍ୟରେ ଏହାକୁ ୪ ଲକ୍ଷ ୭୭ ହଜାରରୁ ଅଧିକ ଭ୍ୟୁଜ ମିଳିସାରିଛି ଏବଂ ଫ୍ୟାନ୍ସ ମଧ୍ୟ ଏହାକୁ ଖୁବ ପସନ୍ଦ କରିଛନ୍ତି ଏବଂ ଟ୍ୱିଟ କରି ନିଜ ପ୍ରତିକ୍ରିୟା ଦେଇଛନ୍ତି । କହିରଖୁଛୁ ଯେ , ଫିଲ୍ମର ନିର୍ଦ୍ଦେଶନା ଅଲ୍ଲୀ ୍ବାସ ଜଫର ଦେଇଥିବା ବେଳେ ଫିଲ୍ମ ଚଳିତ ବର୍ଷ ଇଦରେ ରିଲିଜ ହେବ ।

ଦେଖନ୍ତୁ ଫ୍ୟାନ୍ସଙ୍କ ଟ୍ୱିଟ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More