Only for Entertainment

ଦୀପିକା-ରଣବୀରଙ୍କ ବିବାହକୁ ନେଇ ଆସିଲା ନୂଆ ଖବର, ପ୍ରଥମେ ସାଉଥ ଇଣ୍ଡିଆନ ପରେ ସିନ୍ଧି ପରମ୍ପରାରେ କରିବେ ବିବାହ ।

you tube
33

ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ବିବାହ ଏବେ ଚର୍ଚ୍ଚର କେନ୍ଦ୍ର ପାଲଟିଛି । ଦୁହିଁଙ୍କ ବିବାହକୁ ନେଇ ପ୍ରତ୍ୟେକ ଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ଏବେ ଦୁହିଁଙ୍କ ବିବାହକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଦୀପିକା ଏବଂ ରଣବୀରଙ୍କ ବିବାହ ପ୍ରଥମେ ସାଉଥ ଇଣ୍ଡିଆନ ପରମ୍ପରାରେ ଏବଂ ପରେ ସିନ୍ଦି ପରମ୍ପରାରେ କରାଯିବ । ସୂଚନା ଅନୁସାରେ ଦୁହେଁ ୧୪ ନଭେମ୍ବରରେ ସାଉଥ ଇଣ୍ଡିଆନ ପରମ୍ପରା ଏବଂ ୧୫ ନଭେମ୍ବରରେ ସିନ୍ଧି ପରମ୍ପରାରେ ବିବାହ କରିବେ । ଏହା ପୂର୍ବରୁ ୧୩ ନଭେମ୍ବରରେ ସଙ୍ଗୀତ ସେରେମୋନିର ଆୟୋଜନ ହେବ ।

deepika ranveer

କହିରଖୁଛୁ ଯେ, ରଣବୀର ସିନ୍ଧି ହୋଇଥିବା ବେଳେ ଦୀପିକା ସାଉଥ ଇଣ୍ଡିଆନ । ସେଥିପାଇଁ ଦୁହେଁ ସିନ୍ଧି ଏବଂ ସାଉଥ ଇଣ୍ଡିଆନ ରିତିନିତିରେ ବିବାହ କରିବେ । ଖବର ଅନୁସାରେ ଦୁହେଁ ଇଟାଲୀର ଲେକ କୋମୋରେ ବିବାହ କରିବେ । ବିବାହ ପୂର୍ବର ପୂଜା ଏବଂ ସବୁ ପରମ୍ପରା ଭାରତରେ ହିଁ ଅନୁଷ୍ଠିତ ହେବ । ନିକଟରେ ଦୀପିକାଙ୍କ ବେଙ୍ଗାଲୁରୁ ସ୍ଥିତ ଘରେ ନନ୍ଧୀ ପୂଜା କରାଯାଇଥିଲା । ଏହି ଫଟୋରେ ସେ ଖୁବ ଖୁସିଥିବା ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More