Only for Entertainment

ମଣିଷ ନୁହଁ କି ରୋବର୍ଟ ନୁହଁ, କିନ୍ତୁ ୨୪ ଘଣ୍ଟା ନ୍ୟୁଜ୍ ପଢୁଛି ଏହି ଆଙ୍କର !

CNN
29

ସବୁକ୍ଷେତ୍ରରେ ବିଚକ୍ଷଣ ପ୍ରଦର୍ଶନ କରୁଥିବା ଦେଶ ଚୀନ୍ ଏବେ ଆଉ ଏକ କ୍ଷେତ୍ରରେ ନିଜ ପାରଦର୍ଶିତାକୁ ସାବ୍ୟସ୍ତ କରିଛି । ପ୍ରଥମ ଥର କରି ଚୀନରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ ବେସ୍ଡ ନ୍ୟୁଜ୍ ଆଙ୍କରକୁ ପ୍ରସ୍ତୁତ କରାଯାଇଛି । ଚୀନର ନ୍ୟୁଜ୍ ଏଜେନ୍ସି ଜିନହୁଆ ଏଥିପାଇଁ ଚୀନର ସର୍ଚ୍ଚ ଇଞ୍ଜିନ୍ ସୋଗୁ ସହ ପାର୍ଟନରସିପ୍ କରିଛି । ଏହି ଇଓ ନ୍ୟୁଜ୍ ଆଙ୍କର ଖବର ପଢିବା ସହ ଏହାର ଉଚ୍ଚାରଣ ମଧ୍ୟ ମଣିଷ ଭଳି । ଏହି ନ୍ୟୁଜ୍ ଆଙ୍କର ଦୁନିଆର ପ୍ରଥମ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ ବେସ୍ଡ ଆଙ୍କର । ରିପୋର୍ଟ ମୁତାବକ ଏହି ଆଙ୍କର ପ୍ରତିଦିନ ଟି.ଭି ନ୍ୟୁଜ୍ ରିପୋର୍ଟରର ଟଙ୍କା ବଞ୍ଚାଇବାରେ ସହାୟକ ହେବ । ଏହାର କାରଣ ଏହି ନ୍ୟୁଜ୍ ଆଙ୍କର ୨୪ ଘଣ୍ଟା କାମ କରିବା ପାଇଁ ସକ୍ଷମ । ଖାସ୍ କଥା ହେଉଛି କି ଏହି ଭର୍ଚୁଆଲ୍ ନ୍ୟୁଜ୍ ଆଙ୍କର ମଧ୍ୟରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢିବାର କ୍ଷମତା ରହିଛି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ବ୍ୟବହାର କରି ଫଟୋ ଏବଂ ମଣିଷର ସ୍ୱରକୁ ମିଳାଇ ସମ୍ପୁର୍ଣ୍ଣ ଅସଲି ମଣିଷ ଭଳି ଭାବଭଙ୍ଗୀ ଦେଇଥାଏ ଏହି ଆଙ୍କର ।


ଏହି ଭର୍ଚୁଆଲ୍ ନ୍ୟୁଜ୍ ଆଙ୍କରର ଓଠର ଭାବଭଙ୍ଗୀ ପାଇଁ ମେଶିନ୍ ଲର୍ଣ୍ଣିଙ୍ଗ୍ ପ୍ରୋଗ୍ରାମର ବ୍ୟବହାର କରାଯାଇଛି । ତେବେ ଯଦି ଧ୍ୟାନର ସହ ଦେଖିବେ ତ ଆଙ୍କରର ଲିପ୍ସିଙ୍ଗ୍ ଟିକେ ନକଲି ଲାଗିବ । ଏହି ଇଓ ନ୍ୟୁଜ୍ ଆଙ୍କର ଇଂରାଜୀ ଏବଂ ମେଣ୍ଡେରିନ୍ ଭାଷାରେ ନ୍ୟୁଜ୍ ପଢିବା ପାଇଁ ସକ୍ଷମ ଅଟନ୍ତି । ଏହି ଆଙ୍କରକୁ ଟିଭି ଏବଂ ୱେବ୍ ପେଜ୍ ପାଇଁ କାମ କରୁଥିବା ଦେଖିବାକୁ ମିଳିବ । ଯଦି ଆପଣ ଏହାକୁ ଏକ ରୋବୋର୍ଟ ଭାବୁଛନ୍ତି ତେବେ ଆମେ ଆପଣଙ୍କୁ କହିରଖୁଛୁ ଯେ ଏହା କେବଳ ଏକ ଭର୍ଚୁଆଲ୍ ନ୍ୟୁଜ୍ ଆଙ୍କର । ତେବେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ମାଇକଲ୍ ବୁଲରିଜଙ୍କ ମତରେ ଏହି ନ୍ୟୁଜ୍ ଆଙ୍କର ଅସଲି ଦେଖିବାକୁ ଚେଷ୍ଟା କରେ କିନ୍ତୁ ଏଥିରେ କୌଣସି ବିବିଧତା ନଥିବାରୁ ଲୋକେ ଏହାକ ଅଧିକରୁ ଅଧିକ ସମୟ ଦେଖିବାକୁ ପସନ୍ଦ କରିବେ ନାହିଁ । କିନ୍ତୁ ଏହା ମାନିବାକୁ ପଡିବ ଯେ ଗ୍ଲୋବାଲ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ ସିନ୍ଥୋସିସରେ ଏହା ଏକପ୍ରକାରର କ୍ରାନ୍ତି ଆଣିଦେଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More